32.1 C
Bhubaneswar
Saturday, May 4, 2024
Homeମନୋରଞ୍ଜନବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ତାପସୀ ପନ୍ନୁ

ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ତାପସୀ ପନ୍ନୁ

ହାଇଦ୍ରାବାଦ: ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ତାଙ୍କ ଦୀର୍ଘ ଦିନର ବୟପ୍ରେଣ୍ଡ ମାଥିଆସ ବୋଙ୍କୁ ବିବାହ କରିବାକୁ ଯାଉଛନ୍ତି । ଚଳିତବର୍ଷ ମାର୍ଚ୍ଚରେ ତାପସୀ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏନେଇ ତାପସୀ କୌଣସି ଖୁଲାସା କରିନାହାନ୍ତି। ଉଦୟପୁରରେ ତାପସୀ ପନ୍ନୁ ମାଥିଆସ ବୋଙ୍କୁ ଦୀର୍ଘ ୧୦ ବର୍ଷ ହେବ ଭଲ ପାଇ ଆସୁଥିଲେ। ଶେଷରେ ଏହି ସମ୍ପର୍କ ଖୁବ ଅଳ୍ପଦିନ ମଧ୍ୟରେ ବିବାହରେ ପରିଣତ ହେବ। ଯାହାକୁ ନେଇ ତାପସୀ ଓ ମାଥିଆସଙ୍କ ପରିବାର ସଦସ୍ୟ ବି ବେଶ ଖୁସି ଅଛନ୍ତି। ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାପସୀ ପନ୍ନୁ ଏବଂ ମାଥିଆସ୍ ବୋଙ୍କ ବିବାହକୁ ପ୍ରାଇଭେଟ ରଖାଯିବ । ଅଭିନେତ୍ରୀ ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ୨୦୨୦ ମସିହାରେ ତାପସୀ ଏବଂ ତାଙ୍କ ପ୍ରେମିକ ମାଥିଆସଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା ।ମାଳଦ୍ୱୀପ ଭ୍ୟାକେସନରୁ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମାଥିଆସ ବୋ ଜଣେ ଡେନମାର୍କ ବ୍ୟାଡମିଣ୍ଟନ ଖେଳାଳି । ସେ ଦୁଇଥର ୟୁରୋପୀୟ ଚମ୍ପିଆନ୍ ତଥା ଅଲିମ୍ପିକ୍ ପଦକ ବିଜେତା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking