25.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶବାକ୍ ସ୍ୱାଧୀନତା ଉଲ୍ଲଙ୍ଘନ କଲେ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ସୁପ୍ରିମକୋର୍ଟ

ବାକ୍ ସ୍ୱାଧୀନତା ଉଲ୍ଲଙ୍ଘନ କଲେ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନେତାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଅଭିମୁଖ୍ୟ । ସମ୍ବିଧାନିକ ପଦରେ ରହି ମନମାନି କରିପାରବେ ନାହିଁ ନେତା । ନିୟମ ଉଲ୍ଲଙ୍ଘନ କଲେ ହେବ କାର‌୍ୟ୍ୟାନୁଷ୍ଠାନ । ଅପରାଧିକ ମାମଲାର ଯାଞ୍ଚରେ ନେତାଙ୍କ ବିବାଦୀୟ ବୟାନକୁ ନେଇ ଏଭଳି କିଛି କହିଛନ୍ତି ସର୍ବୋଚ୍ଚ ଅଦାଲତ । ମଙ୍ଗଲବାର କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି । କୌଣସି ଘଟଣା ଉପରେ ମନଇଚ୍ଛା ଟିପ୍ପଣୀ ଦେଲେ ନେତା ସେଥିପାଇଁ ନିଜେ ହିଁ ଦାୟି ରହିବେ ବୋଲି କୋର୍ଟ କହିଛନ୍ତି ।

ଜଷ୍ଚିସ୍ ୟୁ ରାମାସୁଭ୍ରମଣ୍ୟମ୍ କହିଛନ୍ତି, କାହାର କହିବାର ସ୍ବାଧୀନତା ଉପରେ ରୋକ୍ ଲଗାଇ ହେବନାହିଁ, ହେଲେ ବିବାଦୀୟ ଟିପ୍ପଣୀ କିମ୍ବା ବାକ୍ ଅଧିକାର ଆଇନ ଉଲ୍ଲଙ୍ଘନ କଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ସମ୍ବିଧାନରେ ପ୍ରସ୍ତାବିତ ଧାରା ଅନୁଯାୟୀ ନେତାଙ୍କ ବିବୃତ୍ତି ଉପରେ ପ୍ରତିବନ୍ଧକ ଲାଗିପାରିବ ।  ମାତ୍ର ଏହାଠାରୁ ଅଧିକ ପ୍ରତିବନ୍ଧକ ଲାଗିପାରିବ ନାହିଁ ବୋଲି ଜଷ୍ଚିସ୍ ୟୁ ରାମାସୁଭ୍ରମଣ୍ୟମ୍ କହିଛନ୍ତି ।

ଅନ୍ୟପଟେ ଏହା ଉପରେ ଜଷ୍ଟିସ୍ ନାଗରତ୍ନା ଅସମତି ପ୍ରକାଶ କରିଛନ୍ତି । ସେ ଅନୁଚ୍ଛେଦ ୫୧-(ଏ) ଉପରେ ଜୋର୍ ଦେଇ ରାଜନୈତାମାନେ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ ବୋଲି କହିଛନ୍ତି । ନେତା ଓ ମନ୍ତ୍ରୀ ସରକାରୀ କାର‌୍ୟ୍ୟରେ ନିଜର ମତ ରଖିପାରିବେ । ଏଥିରେ ନିୟମ ଉଲ୍ଲଙ୍ଘନ ହେଲେ ଏଥିପାଇଁ ରାଜନୈତିକ ଦଳ ଉତ୍ତରଦାୟି ରହିବେ ବୋଲି ଜଷ୍ଟିସ୍ ନାଗାରତ୍ନା କହିଛନ୍ତି । ନେତା ଓ ମନ୍ତ୍ରୀଙ୍କ ବାକ୍ ସ୍ବାଧୀନତା ଉପରେ ଅତିରିକ୍ତ ପ୍ରତିବନ୍ଧକ ଲଗାଇବା କାର‌୍ୟ୍ୟ ସଂସଦର। ଏଥିପାଇଁ ଏକ ସୀମା ନିର୍ଦ୍ଧାରଣ ହେବା ଦରକାର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking