ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରକୋପ । ତେବେ ଏହି ସମୟରେ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ଲାଗି ପରିହନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ଏକ ଆକ୍ସନ ପ୍ଲାନ । ଏନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ । ଯାତ୍ରୀଙ୍କ ଲାଗି ବସ୍ରେ ପିଇବା ପାଣି ଏବଂ ଓଆର୍ଏସ୍ ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି । ବସ୍ ଷ୍ଟପ୍ରେ ବିଶ୍ରାମଗାର ଏବଂ ଜଳଛତ୍ର ସୁବିଧା କରାଯିବ । ବସ୍ରେ ଓଭର ଲୋଡିଂକୁ ବାରଣ କରାଯାଇଛି । ଏହାବ୍ୟତୀତ ଜାତୀୟ ରାଜପଥରେ ୱାଟର କିଓସ୍କୋ ସୁବିଧା କରାଯିବ । ପରିବହନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯିବ । ବିଭିନ୍ନ ବସ୍ ଓ ଟ୍ରକ ଆସୋସିଏସନକୁ ଗ୍ରୀଷ୍ମପ୍ରବାହ ସମ୍ପର୍କରେ ସଚେତନ କରାଯିବ । ପରିବହନ ବିଭାଗ ଏହାକୁ ନିୟନ୍ତ୍ରଣ କରିବ । ଏହାବ୍ୟତୀତ ବିଭିନ୍ନ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଏନ୍ଜିଓ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ କରାଯିବ । ଏହାବ୍ୟତୀତ ନିୟମିତ ବ୍ୟବଧାନରେ ବୈଠକର ଆୟୋଜନ କରାଯିବା ସହ ଏ ସମ୍ପର୍କରେ ବିଭିନ୍ନ ଖର୍ଚ୍ଚ ଲାଗି ହିଟ୍ୱେଭ ମ୍ୟାନେଜମେଣ୍ଟ ପକ୍ଷରୁ ଅନୁଦାନ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।