27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୀପାବଳିରେ ଅଘଟଣ : ଗୋଟିଏ ପରିବାରର ୫ ମୃତ

ଦୀପାବଳିରେ ଅଘଟଣ : ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ : ଦୀପାବଳିରେ ଅଘଟଣ । ବ୍ରିଜ୍‌ରୁ ତଳକୁ ଖସିପଡ଼ିଲା ପିକ୍‌ନିକ୍‌ ବସ୍ ‌। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ରର ସତରା ଜିଲ୍ଲାରେ ଘଟିଛି।

ସୂଚନା ଅନୁଯାୟୀ, ବସଟି ମହାରାଷ୍ଟ୍ରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା। ମୃତ ଓ ଆହତ ବ୍ୟକ୍ତିଙ୍କ ଘର ନାଭି ମୁମ୍ବାଇର ବାସୀରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶନିବାର ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ବସ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ ବସ୍‌ ଡ୍ରାଇଭର ରିଙ୍କୁ ସାହୁ। ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥ ଉପରେ ବସ୍‌ଟି ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେ​‌ଳେ ଉମ୍‌ବ୍ରାଜ୍‌ ଠାରେ ବ୍ରିଜ୍‌ରୁ ୪୦ ଫୁଟ୍‌ ତଳକୁ ଖସିପଡ଼ିଥିଲା ବୋଲି ସେ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲେ । ମୃତ ବ୍ୟକ୍ତିମାନେ ହେଲେ- ଉଷା ନାଏର(୪୦), ମଧୁସୂଦନ ନାଏର (୪୨), ଆଦିତ୍ୟ ନାଏର(୨୩), ସାଜନ ନାଏର(୩୫) ଓ ଆରବ ନାଏର (୩)।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking