37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୯ ମୃତ

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୯ ମୃତ

ପୁଣେ: ଆଜି ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲା ଅନ୍ତର୍ଗତ ମନଗାଓଁ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଗୋଆ ରାଜପଥରେ ଗୋଟାଏ ଟ୍ରକ୍‌ ଓ ଗୋଟାଏ କାର୍‌ ସହିତ ମୁହାଁମୁହିଁ ଧକ୍କା ଖାଇବାରୁ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ରେପୋଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍‌ ଗୋଟାଏ ‘ଇକୋ’ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ୫ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ପିଲା। ଏଥିରେ ଆହତ ହୋଇଥିବା ଆଉ ଜଣେ ୪ ବର୍ଷିୟ ପିଲାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୋରେଗାଓଁ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଟ୍ରକ୍‌ଟି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାର୍‌ଟି ରତ୍ନଗିରି ଜିଲ୍ଲାରେ ଥିବା ଗୁହାଗର୍‌କୁ ଯାଉଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking