29.1 C
Bhubaneswar
Sunday, May 19, 2024
Homeଓଡିଶାଦ୍ଵାରଶୁଣି ଘାଟିରେ ବସ୍ ଦୁର୍ଘଟଣା: ୨୦ ଆହତ

ଦ୍ଵାରଶୁଣି ଘାଟିରେ ବସ୍ ଦୁର୍ଘଟଣା: ୨୦ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର୍ ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ଵାରଶୁଣି ଘାଟି ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ କିଛି ନାଁ କିଛି ଦୁର୍ଘଟଣା ଘଟୁଥିବା ବେଳେ, ଧନ ଜୀବନ ନଷ୍ଟ ହେଉଛି। ଆଜି ସକାଳୁ ଏକ ବସ ଅନଗୁଳରୁ କଲିକତାର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ, ଭାରସାମ୍ୟ ହରାଇ ଘାଟିରେ ପିଟି ହେଇଥିଲା। ଫଳରେ ବସର ସମ୍ମୁଖ ଭାଗ ନଷ୍ଟ ହେଇ ଯାଇଥିଲା। ଏଥିରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିବା ବେଳେ ତିନି ଗୁରୁତର ଅଛନ୍ତି। ତେବେ ସୌଭାଗ୍ୟକ୍ରମେ ବସରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ତଦନ୍ତ କରୁଛି। ସମସ୍ତ ଆହତ ଓ ଗୁରୁତରଙ୍କ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking