ମୟୂରଭଞ୍ଜ : ରକ୍ତମୁଖା ସାଜିଛି ଦ୍ୱାରସୁଣି ଘାଟି । ଏକ ପିଆଜ ଟ୍ରକ ଭାରସାମ୍ୟ ହରେଇ ୧୦୦ ଫୁଟ ତଳକୁ ଖସି ପଡିଛି ।
ସୂଚନା ଅନୁସାରେ ଏକ ପିଆଜ ବୋଝେଇ ଟ୍ରକ ନାସିକରୁ କଲିକତା ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରେଇ ଶହେ ଫୁଟ ତଳକୁ ଖସିପଡ଼ିଛି। ଖବରପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଆଗ୍ନିସମ ବିଭାଗର କର୍ମଚାରୀ ପହଂଚି ତିନିଜଣଙ୍କୁ ଉଦ୍ଧାର କରି ବାଙ୍ଗରିପୋଷୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।ଗୁରୁତରକୁ ସେଠାରେ ଚିକିତ୍ସା କରିଥିଲେ! ଅନ୍ୟପଟେ ଦ୍ୱାରଶୁଣି ଘାଟିରେ ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ନିଘଡ ନିଦରେ ଶୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରୁଛି।