39.1 C
Bhubaneswar
Wednesday, April 24, 2024
Homeଓଡିଶାଡାହାଣୀ ସନ୍ଦେହରେ ହାତଗୋଡ ବାନ୍ଧି ମା-ଝିଅଙ୍କୁ ନିର୍ଯାତନା

ଡାହାଣୀ ସନ୍ଦେହରେ ହାତଗୋଡ ବାନ୍ଧି ମା-ଝିଅଙ୍କୁ ନିର୍ଯାତନା

ମୟୂରଭଞ୍ଜ : ଆଜିର ଯୁଗରେ ବି ଲୋକଙ୍କୁ ଘାରିଛି ଅନ୍ଧବିଶ୍ୱାସ। ଡାହାଣୀ ସନ୍ଦେହରେ ହାତଗୋଡ ବାନ୍ଧି ମା’-ଝିଅଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ଏଥିସହ ୨୪ ଘଣ୍ଟା ମଧ୍ୟରେ ଗାଁ ଛାଡି ଚାଲିଯିବାକୁ ଧମକ ମଧ୍ୟ ଦିଆଯାଇଛି। ଏଭଳି ଘଟଣା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ’ରେ। ସୂଚନା ଅନୁଯାୟୀ,  ଡାହାଣୀ ସନ୍ଦେହରେ ବୃଦ୍ଧା ମହିଳା ଏବଂ ତାଙ୍କ ଝିଅକୁ ହାତଗୋଡ ବାନ୍ଧି ମାଡ ମାରିବା ସହିତ ନିର୍ଯାତନା ଦିଆଯାଇଛି। ଗଡିଗାଁ’ର ଜବା ହଁ।ସଦା ଏବଂ ତାଙ୍କ ଝିଅ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ଗାଁ’ର ୬ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟ ମା’ ଏବଂ ଝିଅର ହାତ ଗୋଡ଼କୁ ଖୁଣ୍ଟିରେ ବାନ୍ଧି ଦେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଡାହାଣୀ ହୋଇ ଲୋକଙ୍କ ଅନିଷ୍ଟ କରୁଥିବା କହି ଯୁବକ ମାନେ ମା’- ଝିଅଙ୍କୁ ମାଡ ମାରିଥିଲେ। ୨୪ ଘଣ୍ଟା ମଧ୍ୟରେ ଗାଁ’ ଛାଡି ନଗଲେ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି। ଘଟଣାକୁ ନେଇ ମା’- ଝିଅ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟ ମା’- ଝିଅ ଭୟରେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ଆଶ୍ରୟ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking