28.1 C
Bhubaneswar
Saturday, April 27, 2024
Homeଓଡିଶାଟ୍ରାକ୍ଟର ଓଲଟି ୨ ମୃତ, ୧୦ ଆହାତ

ଟ୍ରାକ୍ଟର ଓଲଟି ୨ ମୃତ, ୧୦ ଆହାତ

ଗଞ୍ଜାମ : ଗଞ୍ଜାମ ପ୍ରାତ୍ରପୁର ବ୍ଲକ ଜରଡା ଥାନା ଅଞ୍ଚଳପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଠଣା ଗ୍ରାମର ପ୍ରାୟ ୨୦ ଜଣ ତୁମ୍ବା ପଞ୍ଚାୟତକୁ ପିଡିଏସ ଚାଉଳ ଆଣିବାକୁ ଯାଇଥିଲେ । ନିଜ ଗାଁକୁ ଫେରିବା ବେଳେ ଜରଡା ଥାନାଠାରୁ ମାତ୍ର ୨ କି.ମି ଦୁରରେ ଟ୍ରାକ୍ଟର ଦୁର୍ଘଟଣାଗସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଓ ଆହାତ ମାନଙ୍କୁ ଜରଡା ମେଡିକାଲକୁ ସ୍ଥାନାନ୍ତର ପଠାଇଛି । ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ ଏମକେସିଜି ମେଡିକାଲ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଦୁର୍ଘଟଣାସ୍ଥଳର ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।  ତେବେ ପୋଲିସ ଡ୍ରାଇଭରକୁ ଖୋଜିବା ସହିତ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking