27.1 C
Bhubaneswar
Friday, March 29, 2024
Homeଓଡିଶାସାହାସପୁରର ପୂର୍ବତନ ସରପଞ୍ଚଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସାହାସପୁରର ପୂର୍ବତନ ସରପଞ୍ଚଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର : ଜିଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପଞ୍ଚମନ ଆଜି ସାହସପୁର ପଂଚାୟତ ର ପୂର୍ବତନ ସରପଞ୍ଚ ସ୍ୱର୍ଗତ ମୁକ୍ତ ରାଉତଙ୍କ ଏକାଦଶାହ ଦିବସରେ ସାହାସପୁର ସ୍ଥିତ ରାଉତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ମାଧ୍ୟମରେ ସ୍ୱର୍ଗତ ରାଉତଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ତଥା ଏରବାଙ୍କର ପୂର୍ବତନ ସରପଞ୍ଚ ଜଣାଶୁଣା ସମାଜସେବୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ସାହାଣୀ ସଭାପତିତ୍ୱ କରିଥିବାବେଳେ ସ୍ଥାନୀୟ ଅଞ୍ଚଳର ପଣ୍ଡିତ ପୁରୋଧା ଜଗବନ୍ଧୁ ପାଢ଼ୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆମର ଆତ୍ମା ପାଇଁ ଶୋକ ପ୍ରକଟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ରାଉତ, ପଣ୍ଡିତ ମଦନ ମୋହନ ପାଢ଼ୀ, ପ୍ରହ୍ଲାଦ ପାଢ଼ୀ, ପଣ୍ଡିତ ଭାଗବତ ପାଢ଼ୀ, ସୁବାଷ ଚନ୍ଦ୍ର ରାଉତ,ସଦାନନ୍ଦ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସ୍ୱର୍ଗତ ରାଉତଙ୍କ ବିଷୟରେ ନିଜର ସୁଚିନ୍ତିତ ମତସହ ଏକ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରିଶେଷରେ ସ୍ୱର୍ଗତ ରାଉତଙ୍କ ବଡ଼ ପୁଅ ପ୍ରମୋଦ ରାଉତ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking