34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

ଅହମ୍ମଦାବାଦ: ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ । ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ-କାର ମଧ୍ୟରେ ଦୁର୍ଘଟଣା ଫଳରେ କାରରେ ଥିବା ସମସ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାରଟି ଭଦୋଦରାରୁ ଅହମ୍ମଦାବାଦ ଯାଉଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଗୁଜରାଟର ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ନଡିୟାଦ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।

ଏକ ଧଳା ରଙ୍ଗର କାର ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ଫଳରେ ୧୦ଜଣଙ୍କ ଜୀବନ ଯାଇଥିବା ନେଇ ଜଣାପଡିଛି । ତେବେ କାରଟି ଦ୍ରୁତ ଗତିରେ ଆସି ଏକ ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ପରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ୱେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପରେ ପୋଲିସ ପହଞ୍ଚି ଭିଡ ହଟାଇବା ସହ ତଦନ୍ତ ଆରମ୍ଭ କରିିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking