29.1 C
Bhubaneswar
Wednesday, May 1, 2024
Homeଓଡିଶାତତଲା ବାଲିରେ ଭାଜି ହେଉଛି ସାରା ଓଡ଼ିଶା

ତତଲା ବାଲିରେ ଭାଜି ହେଉଛି ସାରା ଓଡ଼ିଶା

ଭୁବନେଶ୍ୱର: ତତଲା ବାଲିରେ ଭାଜି ହେଉଛି ସାରା ଓଡ଼ିଶା । ଦିନ ଆରମ୍ଭରୁ ରାଜ୍ୟବାସୀଙ୍କୁ ସିଝାଇ ହେଉଛି ଖରା । ଘର ବାହାରକୁ ବାହାରିବା ତ ଦୂରର କଥା ଘର ଭିତରେ ରହିବା ମୁସ୍କିଲ ହୋଇପଡୁଛି । ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳିରେ ଲୋକେ ଏକ ପ୍ରକାର ସନ୍ତୁଳିତ ହୋଇ ପଡିଲେଣି । ତେବେ ଆଗାମୀ ଦିନରେ ରାଜ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବାକୁ ଥିବାବେଳେ କିଛି କିଛି ସ୍ଥାନରେ ୪୩ରୁ ୪୫ ଡଗ୍ରୀ ତାପମାତ୍ରା ରହିବ । ରାଜ୍ୟରେ ଏଭଳି ସ୍ଥିତି ଆହୁରୀ କିଛିଦିନ ଯାଏଁ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ଖରା ସହ ଗୁଳିଗୁଳିକୁ ନେଇ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ବରଗଡ଼ ।

ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୧୧ ଜିଲ୍ଲା ବାଲେଶ୍ୱର, ଭଦ୍ରକ , ଯାଜପୁର ,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଗକୁ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଅସମ୍ଭାଳ ତାତି ହେବ । ବିଶେଷ କରି ୧୯ ଆଉ ୨୦ ତାରିଖରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିବ । ଆଗାମୀ ଏହି ଦୁଇଦିନ ତାତିରୁ ତ୍ରାହି ନଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ୧୮ ତାରିଖରେ ୪ ଜିଲ୍ଲା ମୟୂରଭଞ୍ଜ, ନୂଆପଡା, ଗଜପତି ଓ ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୯ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ୪ ଜିଲ୍ଲା ମୟୂରଭଞ୍ଜ, ନୂଆପଡା, ଗଜପତି ଓ ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପଟେ ଆଗାମୀ ଦିନରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବା ସହ କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking