34.1 C
Bhubaneswar
Saturday, May 18, 2024
Homeଓଡିଶାପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା, ୧ ଗୁରୁତର

ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା, ୧ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବବ ଗ୍ରାମର ଗୌର ହରି ମିଶ୍ରଙ୍କ ପୁତ୍ର ପ୍ରଶାନ୍ତ କୁମାର ମିଶ୍ର ବୟସ(39) ଗୁରୁତର ଆହତ ହୋଇଛନ୍ତି l ସେ କାରଖାନାରୁ କାର୍ଯ୍ୟ ସାରି ଘରକୁ ଯିବାବେଳେ ଡ଼ୁବୁରୀ ଛକରୁ ସୁକିନ୍ଦା ଯିବାବେଳେ ଆସାମ ପ୍ରେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ବାହାରିବା ସମୟରେ ଏକ 14 ଚକିଆ truck ସହିତ ଦୁର୍ଘଟଣା ଘଟିଥିଲା । ସେ କଳିଙ୍ଗନଗର ଟାଟା ଷ୍ଟିଲର ହୋସକୋ କମ୍ଫାନୀରେ କାର୍ଯ୍ୟ କରୁଥିଲେ । ଏହି ଦୃର୍ଘଟଣାର ଖବର ପାଇ କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାସ୍ତ୍ରରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking