27.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଏସି ଚେୟାର କାର୍ ଭଡ଼ା ୨୫% କମିବ

ଏସି ଚେୟାର କାର୍ ଭଡ଼ା ୨୫% କମିବ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ସମେତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ରେ ଏସି ଚେୟାର କାର୍ ଭଡା ୨୫ ପ୍ରତିଶତ ହ୍ରାସ କରିବାକୁ ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି । ଏଥିସହିତ ସମସ୍ତ ଟ୍ରେନ୍‌ର ଏକ୍‌ଜିକ୍ୟୁଟିଭ୍ ଶ୍ରେଣୀ ଏବଂ ଅନୁଭୂତି ଓ ଭିଷ୍ଟାଡୋମ୍ କୋଚ୍ ଲାଗିଥିବା ଟ୍ରେନ୍‌ଗୁଡିକରେ ମଧ୍ୟ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । ଶୀତତାପ ନିୟନ୍ତ୍ରିତ (ଏସି) ସୁବିଧା ଥିବା ଟ୍ରେନ୍‌ଗୁଡିକରେ ଭଡା ହ୍ରାସ କରିବାର କ୍ଷମତା ବିଭିନ୍ନ ରେଳବାଇ ଜୋନ୍‌ର ପ୍ରିନ୍ସିପାଲ ଚିଫ୍ କମର୍ସିଆଲ ମ୍ୟାନେଜରଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି । ମୂଳ ଭଡା ଉପରେ ଯାତ୍ରୀଙ୍କୁ ସର୍ବାଧିକ୨୫ ପ୍ରତିଶତ ରିଆତି ପ୍ରଦାନ କରାଯିବ ବୋଲି କୁହାଯାଇଛି । ତେବେ ରିଜର୍ଭେସନ ଚାର୍ଜ, ସୁପରଫାଷ୍ଟ ସରଚାର୍ଜ ଏବଂ ଜିଏସ୍‌ଟି ଭଳି ଅନ୍ୟାନ୍ୟ ଖର୍ଚ୍ଚ ଯାତ୍ରୀଙ୍କୁ ପୂର୍ବଭଳି ବହନ କରିବାକୁ ପଡିବ । ଟ୍ରେନ୍‌ରେ ସିଟ୍ ଖାଲିପଡୁଥିବାରୁ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବା ପାଇଁ ଏଭଳି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଫଳଳରେ ଯାତ୍ରୀମାନେ ରିଆତି ପାଇବା ଆଶାରେ ଟ୍ରେନ୍ ଯାତ୍ରା କରିବାକୁ ପସନ୍ଦ କରିବେ ବୋଲି କୁହାଯାଇଛି । ଏପରିକି ବିଗତ ୩୦ ଦିନ ମଧ୍ୟରେ (ଯାତ୍ରା ତାରିଖ) ଯଦି କୌଣସି ଟ୍ରେନ୍‌ରେ ନିର୍ଦ୍ଦିଷ୍ଟ ଶ୍ରେଣୀରେ ୫୦ ପ୍ରତିଶତରୁ କମ ଯାତ୍ରୀ ଯାତ୍ରା କରୁଥିବାର ପ୍ରମାଣ ମିଳେ, ତେବେ ଉକ୍ତ ରୁଟ୍ ଓ ଉକ୍ତ ଟ୍ରେନ୍‌ରେ ସେହି ଶ୍ରେଣୀ ପାଇଁ ମଧ୍ୟ ଭଡାକୁ ୨୫ ପ୍ରତିଶତ କମ କରାଯିବ ବୋଲି ଜଣାପଡିଛି । ଏହି ରିଆତିକୁ ଉକ୍ତ ଦିନ କାର୍ଯ୍ୟକାରୀ କରାଯିବ । ତେବେ ଅଗ୍ରୀମ ଟିକଟ ବୁକିଂ କରିଥିବା ଯାତ୍ରୀଙ୍କୁ ରିଆତି ଅର୍ଥ ଫେରସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ପୁନଶ୍ଚ ଯେଉଁ ଟ୍ରେନ୍‌ରେ ଫ୍ଲେକ୍ସି ଫେୟାର ଯୋଜନା ଲାଗୁ କରାଯାଇଛି ଏବଂ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଥାଏ, ତେବେ ଏହି ଭଡା ହ୍ରାସ ଯୋଜନାକୁ ସାମୟିକ ଭାବେ ପ୍ରତ୍ୟାହାର କରାଯିବ ବୋଲି କୁହାଯାଇଛି । ତେବେ ପର୍ବପର୍ବାଣୀ ସମୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଭଡା ହ୍ରାସ ଯୋଜନା କାର୍ଯ୍ୟକାରୀ କରାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking