38.1 C
Bhubaneswar
Friday, April 26, 2024
Homeଖେଳଆବୁଧାବି ଟି-୧୦ ଟୁର୍ଣ୍ଣାମେଣ୍ଟ୍ : ଭାଗନେବେ ଟି-୨୦ ବିଶ୍ୱକପ୍‌ର ୩୨ ଖେଳାଳି

ଆବୁଧାବି ଟି-୧୦ ଟୁର୍ଣ୍ଣାମେଣ୍ଟ୍ : ଭାଗନେବେ ଟି-୨୦ ବିଶ୍ୱକପ୍‌ର ୩୨ ଖେଳାଳି

ଆବୁଧାବି: ଆବୁଧାବି ଟି-୧୦ ଟୁର୍ଣ୍ଣାମେଣ୍ଟ୍‌ର ୫ମ ସଂସ୍କରଣ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜି ଟିମ୍‌ରେ ସାମିଲ ୩୨ ଜଣ ଖେଳାଳିଙ୍କୁ ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ରେ ନିଜ ନିଜ ଦେଶ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିବ । ଆବୁଧାବି ଟି-୧୦ ଟୁର୍ଣ୍ଣାମେଣ୍ଟ୍ ଚଳିତ ଟି-୨୦ ବିଶ୍ୱକପ୍ ଶେଷ ହେବାର ୫ ଦିନ ପରେ ନଭେମ୍ବର ୧୯ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୟୁଏଇର ରାଜଧାନୀରେ ଆୟୋଜିତ ହେବ । ଏହି ୩୨ ଜଣଙ୍କ ମଧ୍ୟରୁ ବିସ୍ଫୋରକ ଖେଳାଳି ନିକୋଲାସ୍ ପୂରଣ, କ୍ରିସ୍ ଗେଲ୍‌, ଆନ୍ଦ୍ରେ ରସେଲ୍‌, ଫାବିୟାନ୍ ଆଲେନ୍‌, ୱେନ୍ ବ୍ରାଭୋ, ଇଭିନ୍ ଲୁଇସ୍‌, ଓବେଡ୍ ମାକୟ, ରବି ରାମପାଲ୍‌, ଡାରେନ୍ ବ୍ରାଭୋ, ଅକୀଲ ହୋସେନ୍ ଓ ଆନ୍ଦ୍ରେ ଫ୍ଲେଚର୍ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ଟି-୨୦ ବିଶ୍ୱକପ୍‌ରେ ଭାଗ ନେଉଛନ୍ତି ।

ସେହିପରି ଇଂଲଣ୍ଡ ପକ୍ଷରୁ ଖେଳିବାକୁ ଥିବା ଇଅନ୍ ମୋର୍ଗାନ୍‌, ମୋଇନ୍ ଅଲୀ, କ୍ରିସ୍ ଜୋର୍ଡାନ୍‌, ରିସି ଟପ୍ଲେ, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌, ତାଇମଲ୍ ମିଲ୍ସ, ଆଦିଲ୍ ରଶିଦ୍ ଏବଂ ଜେସନ୍ ରୟ ମଧ୍ୟ ଟୁର୍ଣ୍ଣାମେଣ୍ଟ୍‌ର ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ବାଂଲାଦେଶ ଓ ନାମ୍ବିୟା ପକ୍ଷରୁ ଖେଳିବାକୁ ଥିବା ଖେଳାଳି ମଧ୍ୟ ଆବୁଧାବି ଟି-୧୦ ଲିଗ୍ ଖେଳିବେ । ଆବୁଧାବି ଟି-୧୦ ଲିଗ୍ ବିଶ୍ୱର ଏକମାତ୍ର ୧୦ ଓଭର୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ହୋଇଥିବା ବେଳେ ଆଇସିସି ପକ୍ଷରୁ ଏହା ଔପଚାରିକ ସ୍ୱୀକୃତି ଏବଂ ଏମିରେଟ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ଲାଇସେନ୍ସ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking