39.4 C
Bhubaneswar
Thursday, April 18, 2024
Homeଓଡିଶାବିଭିନ୍ନ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ

ବିଭିନ୍ନ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ

ଫୁଲବାଣୀ:  ଶୁଣିଲାନି ପ୍ରଶାସନ, ଗାଁ ଲୋକେ କଲେ  ବାର୍ସେଡ଼ି ଘାଟିରାସ୍ତା ମରାମତି । ଏଭଳି ଭଲକାମ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାଡ଼ିଙ୍ଗିଆ ପଞ୍ଚାୟତର ଗାଡ଼ିଙ୍ଗିଆ ଗାଁ ସମେତ ଆଖପାଖ ବିଭିନ୍ନ ଅଞ୍ଚଳର  ଯୁବକ ସଂଘ । ଉକ୍ତ ପଞ୍ଚାୟତରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି ।  ସେହି ପଞ୍ଚାୟତରେ ରହିଛି ଗୋଟିଏ  ଉପ ସ୍ୱାସ୍ଥ୍ୟକେନ୍ଦ୍ର । ଏଥି ସହିତ ଗୋଟିଏ ହାଇସ୍କୁଲ୍‌, ୨ଟି ଉଚ୍ଚ ପ୍ରାଥମିକ ଓ ୫ଟି ପ୍ରାଥମିକ ବିଦ୍ୟାଳୟ ସହିତ ଗୋଟିଏ ସେବାଶ୍ରମ ମଧ୍ୟ ରହିଛି । ତେବେ ଗ୍ରାମବାସୀଙ୍କ ପାଇଁ ସବୁଠାରୁ ଚିନ୍ତାର କାରଣ ହୋଇଛି ଗମନ ଗମନ ସମସ୍ୟା ।

ପଞ୍ଚାତୟ ମୁଖ୍ୟାଳୟକୁ ଯିବାକୁ ହେଲେ ୩ଟି ଛୋଟ ବଡ଼ ଘାଟି ସହିତ ଜଙ୍ଗଲ ରାସ୍ତାଦେଇ ଯିବାକୁ ପଡ଼ିଥାଏ । ବର୍ତ୍ତମାନ ପରିସ୍ଥିତିରେ ରାସ୍ତାର ଅବସ୍ଥା କହିଲେ ନସରେ । ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ । ଗ୍ରାମକୁ ଯୋଗାଯୋଗ କରୁଥିବା ଗୋଟିଏ ଘାଟି ରାସ୍ତାର ଅବସ୍ଥା ଏଭଳି ଯେ ଚାଲିକି ଯିବା ମଧ୍ୟ ସମ୍ଭବ ନୁହେଁ । ବାରମ୍ବାର ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମବାସୀ  ଦାବି କରିବା ସହିତ ପ୍ରଶାସନ ନିକଟରେ ଗୁହାରି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ନିଜ ପାଇଁ ନିଜେ ଅଣ୍ଟାଭିଡିଲେ ଗ୍ରାମବାସୀ । ଆଜି ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ଘାଟିରେ ମୋରମ ପକାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗ୍ରାମବାସୀ ଚାନ୍ଦାକରି ରାସ୍ତାରେ ମୋରମ ପକାଉଥିଲେ ମଧ୍ୟ ବର୍ଷା ହୋଇଗଲେ ସେ ସବୁ ଧୋଇ ହୋଇଯାଉଛି ।

ଫଳରେ ଗ୍ରାମବାସୀ ନାହିଁ ନଥିବା  ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ଦାବିକରିଛନ୍ତି । ପ୍ରକାଶଯେ, ଗ୍ରାମରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗାଡ଼ିଙ୍ଗିଆ ପଞ୍ଚାୟତ ସମେତ ଆଖ ପାଖର ଅଧିବାସୀମାନେ ସଂପୂର୍ଣ୍ଣଭାବେ ନିର୍ଭର କରୁଥିଲେ ମଧ୍ୟ ସେଠାରେ କେହି ଡକ୍ତର ନାହାନ୍ତି । ଉକ୍ତ ପଞ୍ଚାୟତରେ ସାଧାରଣ ମୌଳିକ ସୁବିଧା ମଧ୍ୟ ଆଜି ପର୍ଯ୍ୟନ୍ତ ପହଞ୍ଚିନାହିଁ । ସ୍ୱଚ୍ଛ ପାଣି ଉକ୍ତ ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ପାଇଁ ଆଜି ମଧ୍ୟ ସାତ ସପନ ପାଲଟିଛି ।

ଗାଁ ପୋଖରି କିମ୍ବା ଚୁଆଁ ପାଣିରେ ଜୀବନ ବିତୁଛି । ସାଧାରଣ ନିର୍ବାଚନ ପୂର୍ବରୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରନ୍ତି , ତାହାହେଲେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶଯେ, ଉକ୍ତ ପଞ୍ଚାୟତ ଟିକାବାଲି ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୧୭ କିଲୋମିଟର ଦୂରରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ଶହ ଶହ ଯୋଜନା ମଧ୍ୟରୁ  ଗ୍ରାମରେ ଗୋଟିଏ ପହଞ୍ଚିପାରିନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking