24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆସ୍ତାନାଙ୍କ ନିଯୁକ୍ତି ପ୍ରତ୍ୟାହାର ଦାବିକଲା ଆପ୍‌

ଆସ୍ତାନାଙ୍କ ନିଯୁକ୍ତି ପ୍ରତ୍ୟାହାର ଦାବିକଲା ଆପ୍‌

ନୂଆଦିଲ୍ଲୀ:  ଗୁଜରାଟ କ୍ୟାଡର ଆଇପିଏସ ତଥା ବିଏସଏଫ୍ ଡିଜି ରାକେଶ ଆସ୍ତାନାଙ୍କୁ କେନ୍ଦ୍ର ସରକାର ଗତ ମଙ୍ଗଳବାର ଦିଲ୍ଲୀ ପୋଲିସ କମିଶନରଭାବେ ନିଯୁକ୍ତି ଦେଇଛନ୍ତି । ଆସ୍ତାନା ବୁଧବାର ଦାୟିତ୍ୱ ଗ୍ରହଣ କରିଥିବାବେଳେ ବର୍ତ୍ତମାନ ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାର ତାଙ୍କ ନିଯୁକ୍ତି ପ୍ରତ୍ୟାହାର କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ଏ ପ୍ରସଙ୍ଗରେ ଗୁରୁବାର ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି । ଆସ୍ତାନା ଚଳିତମାସ ୩୧ରେ ଅବସର ଗ୍ରହଣ କରିଥାନ୍ତେ । ତେବେ ଅବସର ଗ୍ରହଣର ମାତ୍ର ଚାରିଦିନ ପୂର୍ବରୁ ତାଙ୍କୁ ପୁଲିସ କମିଶନର ପଦରେ ଅବସ୍ଥାପିତ କରିବା ପଛରେ କେନ୍ଦ୍ର ସରକାରଙ୍କର ହୀନ ଉଦ୍ଦେଶ୍ୟ ରହିଥିବା ଆପ୍ ପକ୍ଷରୁ କୁହାଯାଇଛି। ପୁନଶ୍ଚ ଅଗ୍‌ଗୁଟ୍ (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡରଭୁକ୍ତ ଜଣେ ଆଇପିଏସ ଅଫିସରଙ୍କୁ ସାଧାରଣତଃ ଦିଲ୍ଲୀ ପୁଲିସ କମିଶନର ପଦରେ ନିଯୁକ୍ତି ଦିଆଯାଇଥାଏ । କେନ୍ଦ୍ର ସରକାର ଆସ୍ତାନାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରିଥିବାବେଳେ ତାଙ୍କୁ ଇଣ୍ଟର-କ୍ୟାଡର ବଦଳି ପ୍ରକ୍ରିୟା ଅନୁଯାୟୀ ନିଯୁକ୍ତି ଦିଆଯାଇଛି ବୋଲି କାରଣ ଦର୍ଶାଇଛନ୍ତି । କୌଣସି ଡିଜି ପାହ୍ୟା ଅଫିସରଙ୍କୁ ନୂତନ ନିଯୁକ୍ତି ଦିଆଯିବା ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଅତିକମରେ ୬ ମାସ ଥିବ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିବାବେଳେ କେନ୍ଦ୍ର ସରକାର ଏହାକୁ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି । ଏହି କାରଣରୁ କିଛି ମାସ ପୂର୍ବେ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାରୁ ଆସ୍ତାନାଙ୍କ ନାମ ବାଦପଡିଥିଲା । କଂଗ୍ରେସ ପକ୍ଷରୁ ଆସ୍ତାନାଙ୍କ ନିଯୁକ୍ତିକୁ ସମାଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking