ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଘରେ ବାଜିବ ସାହାନାଇ । କନିଆ ସାଜିବେ ଆମୀରଙ୍କ ଏକମାତ୍ର ଲାଡଲି ଆୟରା। ଆୟରା ନିଜ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଆରମ୍ଭ କରି ଦେଲେଣି ପ୍ରସ୍ତୁତି। ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ସାମନାକୁ ଆସିଛି ବିବାହ ତାରିଖ । ଆସନ୍ତା ଜାନୁୟାରୀ ୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।
ମିଡିଆ ସମ୍ମୁଖରେ ନିଜ ଝିଅର ବିବାହ ତାରିଖ ଘୋଷଣା କରି ଆମିର ଖାନ ବେଶ୍ ଭାବୁକ ହୋଇ ପଡ଼ିଛନ୍ତି। ଆମୀର କହିଛନ୍ତି ଆସନ୍ତା ଜାନୁୟାରୀ ୩ ତାରିଖରେ ଆୟରାଙ୍କ ବିବାହ ହେବ । ଆୟରା ନିଜ ଜୀବନ ସାଥୀ ଭାବେ ନୁପୁରଙ୍କୁ ଚୟନ କରୁଥିବା ବେଳେ ସେ ଜଣେ ଖୁବ୍ ଭଲ ମଣିଷ ।
ଆୟରା ଯେବେ ଡିପ୍ରେସନର ଶିକାର ହୋଇଥିଲେ, ସେତେବେଳେ ନୁପୁର ହିଁ ପାଖେ ପାଖେ ରହି ତାଙ୍କ ଯତ୍ନ ନେଇଥିଲେ। ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିବା ବେଳେ ପରସ୍ପରକୁ ଖୁବ୍ ସମ୍ମାନ ବି ଦିଅନ୍ତି। ନୁପୁର ମୋ ପାଇଁ ପୁଅ ପରି ହୋଇଥିବା ବେଳେ ମୋ ପରିବାରର ଅଂଶ ହୋଇ ସାରିଛନ୍ତି।