24.1 C
Bhubaneswar
Sunday, October 20, 2024
Homeକରୋନାଟିକା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ଟିକା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ:  କୋଭିଡ୍ ଟିକାକରଣ ପାଇଁ କୋ-ୱିନ୍ ଆପ୍‌ରେ ନାମ ପଞ୍ଜିକରଣ ସମୟରେ ଆଧାର କାର୍ଡ ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ ବୋଲି ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ସୂଚନାଯୋଗ୍ୟ କୋଭିଡ୍ ଟିକା ନେବାକୁ ଯାଉଥିବାବେଳେ କେତେକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଟିକା ନେଉଥିବା ବ୍ୟକ୍ତିଙ୍କୁ ଆଧାର କାର୍ଡ ଦେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ସୋମବାର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ପରିଚୟ ସମ୍ପର୍କିତ ପ୍ରମାଣ ନିମନ୍ତେ ଟିକାକେନ୍ଦ୍ରରେ ଆଧାର କାର୍ଡ ସମେତ ୯ଟି ପ୍ରମାଣପତ୍ର ଆବଶ୍ୟକ ବୋଲି କୁହାଯାଇଛି । ତେବେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking