30.1 C
Bhubaneswar
Friday, April 26, 2024
Homeଓଡିଶାକଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗଏନ୍ଦିମୁଣ୍ଡା ଗାଁରେ ଯୁବକ ଙ୍କୁ ନିର୍ମମ ହତ୍ୟା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗଏନ୍ଦିମୁଣ୍ଡା ଗାଁରେ ଯୁବକ ଙ୍କୁ ନିର୍ମମ ହତ୍ୟା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଏନ୍ଦିମୁଣ୍ଡା ଗାଁରେ ଯୁବକଙ୍କୁ ନିର୍ମମ ହତ୍ଯା । ପ୍ରେମ ଜନିତ ସଂପର୍କରୁ ତାକୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଖଲିଆକାନୀ ଗାଁର ଦିଲିପ ମେହେର ନିଜର ସାଙ୍ଗ ଙ୍କ ସହ ଗଏନ୍ଦିମୁଣ୍ଡା ଯାଇଥିଲେ । ସେଠାରେ କିଛିଲୋକ ସେମାନଙ୍କୁ ଘେରାଉ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ତାଙ୍କ ସାଙ୍ଗ ସେଠାରୁ ଧାଇଁ ପଳେଇ ଯାଇଥିଲେ ଓ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକ ଦିଲିପ କୁ ଖୋଜାଖୋଜି କରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖି ଗୋଲାମୁଣ୍ଡା ପୁଲିସ କୁ ଖବର ଦେଇଥିଲେ । ଏହାଏକ ହତ୍ୟାକାଣ୍ଡ ଵୋଲି ପରିବାର ଲୋକ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବାପରେ ପୋଲିସ ଖୋଲତାଡ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking