40.1 C
Bhubaneswar
Thursday, April 25, 2024
Homeଓଡିଶାବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ ଜଣାଇଲା କେଶରିଆ ହିନ୍ଦୁ ବାହିନୀ

ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ ଜଣାଇଲା କେଶରିଆ ହିନ୍ଦୁ ବାହିନୀ

ବଲାଙ୍ଗିର : ସ୍ୱାଧିନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କୁ ଦେଶ ମାଟିର ସ୍ୱାଧୀନତାେରେି ତାଙ୍କର ଅବଦାନ ପାଇଁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଆଜି ଦାବୀ ଜଣାଇଛି କେଶରିଆ ହିନ୍ଦୁ ବାହିନୀ । ଆଜି ଦିନ ଏଗାର ଟା ସମୟରେ ସ୍ଥାନୀୟ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ କେଶରିଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବାହିନି ର କାର୍ଯ୍ୟକର୍ତ୍ତାମାନେ ଏକ ଜୁଟ ହୋଇଥିଲେ । ବୀର ସାବରକରଙ୍କ ଜୟ ଗାନ କରିବା ସହ ତାଙ୍କୁ ତଥା ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କ ବଳିଦାନ କୁ ବିଭିନ୍ନ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଅଣଦେଖା କରି ଆସିଥିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ସାବରକରଙ୍କୁ ଭାରତରତ୍ନ ରେ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଜରୁରୀକାଳିନ ଅଧୀକାରୀ ଶଙ୍କର୍ଷଣ ପ୍ରଧାନ ଦାବୀପତ୍ର ଗ୍ରହଣ କରିଥିଲେ ।
ପ୍ରକାଶ ଯୋଗ୍ୟ ଯେ,ଦେଶର ସ୍ୱାଧୀନତା ରେ ବୀର ସାବରକରଙ୍କ ଅବଦାନ ଅନେକ ରହିଛି । ଜୀବନ ତମାମ ସେ ଦେଶଜାତି ପାଇଁ କାମ କରି ଆସିଥିଲେ । କିନ୍ତୁ ଏହା ସତ୍ୱେ ଦେଶର ବିଭିନ୍ନ କେନ୍ଦ୍ର ସରକାର ଦେଶଜାତି ପ୍ରତି ତାଙ୍କର ବଳିଦାନକୁ ଏପର୍ଯ୍ୟନ୍ତ ଅପମାନ କରି ଆସିଛନ୍ତି । ଯାହା କୌଣସି ମତେ ଗ୍ରହଣିୟ ନୁହେଁ । ତେଣୁ ଆଜି କେଶରିଆ ହିନ୍ଦୁ ବାହିନୀ ସ୍ୱାଧୀନତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଭାରତ ର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରୁଛି । ଆଗାମୀ ଦିନରେ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ କେଶରିଆ ହିନ୍ଦୁ ବାହିନୀ ସ୍ୱର ଉତ୍ତୋଳନ କରିବା ସହ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବାହିନୀ ତରଫରୁ କୁହାଯାଇଛି । ଆଜିର କାର୍ଯ୍ୟକ୍ରମରେ କେଶରିଆ ହିନ୍ଦୁ ବାହିନୀ ର ମହିଳା ନେତ୍ରୀ ଗିତାଞ୍ଜଳି ଦାଶ, ଜିଲ୍ଲା ବରିଷ୍ଠ ସଙ୍କର୍ଷଣ ଆଚାର୍ଯ୍ୟ, ପ୍ରବକ୍ତା ଦେବାନନ୍ଦ ନାୟକ, ନଗର ସଭାପତି ସୁଶିଲ ସାହୁ, ସୁବ୍ରତ କୁଅଁର, ବିରେନ୍ଦ୍ର ବାରିକ, ମୁନେଶ ରଥ, ସୋମ୍ୟ ରଞ୍ଜନ ପୁରୋହିତ, ସୁଶିଲ ସାହୁ, ପ୍ରହଲ୍ଲାଦ ପ୍ରଧାନ, ଅକ୍ଷୟ ଜେନା , ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking