33.1 C
Bhubaneswar
Saturday, May 11, 2024
Homeଅପରାଧମହିଳାଙ୍କୁ କାଠ ଫାଳିଆରେ ପିଟିପିଟି ବୀଭତ୍ସ ହତ୍ୟା

ମହିଳାଙ୍କୁ କାଠ ଫାଳିଆରେ ପିଟିପିଟି ବୀଭତ୍ସ ହତ୍ୟା

ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକ ସ୍ବର୍ଗତ ପ୍ରଦୀପ ବିଶ୍ବାଳଙ୍କ ପତ୍ନୀ (୪୮) ବୋଲି ଜଣାପଡିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁସାରେ , ଆଜି ସକାଳ ପ୍ରାୟ ୬ଟା ବେଳେ ସ୍ବର୍ଗତ ପ୍ରଦୀପ ବିଶ୍ବାଳଙ୍କ ପତ୍ନୀ ଘର ପଛପଟେଥିବା ବାଡ଼ିକୁ ଯାଇଥିବା ବେଳେ ତାଙ୍କୁ କେହି ଅତର୍କିତ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା। ମୃତଦେହ ନିକଟରୁ ରକ୍ତଲଗା କାଠ ଫାଳିଆ ଓ ପଥର ପଡ଼ିଛି। ଏଥିରୁ ଅନୁମାନ କରାଯାଉଛି ଯେ ତାଙ୍କୁ କେହି ପଥର ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ନିକଟରେ ପଡ଼ିଥିବା ରକ୍ତଲଗା କାଠ ଫାଳିଆ ଓ ପଥରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking