ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ପଶ୍ଚିମକୁ ଗତି କରି ଲଘୁଚାପର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗଙ୍କ ସୂଚନା ରହିଛି ।