23.1 C
Bhubaneswar
Monday, May 13, 2024
Homeଅପରାଧହସ୍ପିଟାଲରେ ବିନା ପୋଷାକରେ ବୁଲୁଥିବା ଡାକ୍ତରଙ୍କ ଭିଡ଼ିଓ ଭାଇରାଲ

ହସ୍ପିଟାଲରେ ବିନା ପୋଷାକରେ ବୁଲୁଥିବା ଡାକ୍ତରଙ୍କ ଭିଡ଼ିଓ ଭାଇରାଲ

ମୁମ୍ବାଇ: ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଏକ ଅଜବ କାଣ୍ଡ ଦଖିବାକୁ ମିଳିଛି । ହସ୍ପିଟାଲ ସିସିଟିଭିରେ ଏହି ଭିଡ଼ିଓ ରେକର୍ଡ ହୋଇଛି। ପରେ ଏହାକୁ କେହି ଜଣେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଫଳରେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ଡାକ୍ତର ବିନା ପୋଷାକରେ ନଗ୍ନ ହୋଇ ହସ୍ପିଟାଲରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ବୋଲି କୁହାଯାଉଛି। ବିଡକିନ ଗ୍ରାମୀଣ ସରକାରୀ ହସ୍ପିଟାଲରେ ୪୫ ବର୍ଷ ବୟସ୍କ ଡାକ୍ତର ଏଭଳି କରିଛନ୍ତି। ସେ ପ୍ରଚୁର ମଦ୍ୟପାନ କରିଥିବା କୁହାଯାଇଛି। ଡାକ୍ତର ନିଶାରେ ସାରା ହସ୍ପିଟାଲ ନଗ୍ନ ହୋଇ ବୁଲିଥିଲେ। କୁହାଯାଉଛି ଯେ ଡାକ୍ତର ଅଭ୍ୟାସଗତ ଭାବେ ଜଣେ ନିଶା ସେବନକାରୀ। ଘଟଣାର ତଦନ୍ତ ଚାଲିଛି ବୋଲି ସମ୍ଭାଜୀନଗର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ମୁଖ୍ୟ ସିଭିଲ ସର୍ଜନ ଡାକ୍ତର ଦିୟାନନ୍ଦ ମୋତିପାଭଲେ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାନୁସାର , ରାଉଣ୍ଡରେ ଉପସ୍ଥିତ ଥିବା ମୁଖ୍ୟ ନର୍ସ ଡାକ୍ତରଙ୍କୁ ବିନା ପୋଷାକରେ ୱାର୍ଡ ଭିତରେ ବୁଲୁଥିବାର ଦେଖିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଯେତେବେଳେ ଡାକ୍ତର ଶୌଚାଳୟ ଆଡକୁ ଯାଉଛନ୍ତି, ଅନ୍ୟ ରୋଗୀମାନେ ଲଜ୍ଜାରେ ମୁହଁ ଲୁଚାଉଥିବା ଦେଖିବାକୁ ମିଳୁଛି। ତେବେ ଡାକ୍ତର ରୋଗୀଙ୍କୁ ଖାତିର ନ କରି ବିନା ପୋଷାକରେ ବୁଲିବା ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking