21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଡିସେମ୍ବର ୧୩ରେ ବେଙ୍ଗଲୁରୁରେ ଦେଖିବାକୁ ମିଳିବ ଆକାଶର ବିରଳ ଜାଗତିକ ଦୃଶ୍ୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଡିସେମ୍ବର ୧୩ରେ ବେଙ୍ଗଲୁରୁରେ ଦେଖିବାକୁ ମିଳିବ ଆକାଶର ବିରଳ ଜାଗତିକ ଦୃଶ୍ୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ବେଙ୍ଗଲୁରୁ: ଡିସେମ୍ବର ୧୩ ତାରିଖରୁ ୧୪ ତାରିଖ ସକାଳ ବେଙ୍ଗଲୁରୁବାସୀଙ୍କ ପାଇଁ ଏକ ସୁବର୍ଣ୍ଣ ମୁହୂର୍ତ୍ତ ହେବାକୁ ଯାଉଛି । ଏଠାରେ ଆକାଶର ରଙ୍ଗରେ ଏକ ବିରାଟ ପରିବର୍ତ୍ତନ ଆସିପାରେ । ଜେମିନିଡ ବର୍ଷା ଏହାର ଶିଖରରେ ପହଞ୍ଚିପାରେ ବୋଲି ଆଶା କରାଯାଉଛି । ପୃଥିବୀରେ ଦୃଶ୍ୟମାନ ହେବାକୁ ଥିବା ଏହି ବାର୍ଷିକ ଅଦ୍ଭୁତ ଘଟଣାକୁ ଉଜ୍ଜ୍ୱଳ ଆଞ୍ଚଳିକ ବର୍ଷା ମଧ୍ୟରେ ଗଣନା କରାଯାଏ ।

ସୂଚନା ଅନୁସାରେ, ଚଳିତବର୍ଷ ଏହା ଦିନ ୨ଟାରୁ ଆରମ୍ଭ ହୋଇ ୩ଟା ମଧ୍ୟରେ ଶିଖର ଛୁଇଁପାରେ । ତେବେ ବେଙ୍ଗଲୁରୁ ଆକାଶରେ ଏହି ଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ ସ୍ଥାନୀୟ ଲୋକେ । ଏହି ସମୟରେ ୧୦୦ରୁ ଅଧିକ ଉଜ୍ଜ୍ୱଳ ଆଲୋକ ପୃଥିବୀ ସହିତ ନିକଟତର ହୋଇ ପାରିବ । ତେବେ ଏହାକୁ ବେଙ୍ଗଲୁରୁର ବାସିନ୍ଦାମାନେ ଦେଖିପାରିବେ ନାହିଁ । ଯେବେ ପୃଥିବୀ ମେଟେରଏଡ ଦେଇ ଗତି କରିଥାଏ, ସେହି ସମୟରେ ଏଭଳି ବିରଳ ଜଗାତିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ପୃଥିବୀର ବାୟୁମଣ୍ଡଳରେ ଏହା ଜଳିଯାଇଥାଏ । ଯାହା ଜେମିନିଡ ମେଟେର ବର୍ଷା କରିଥାଏ ।

ଚନ୍ଦ୍ରାଲୋକ କିମ୍ବା ଅନ୍ୟ କୌଣସି ପ୍ରକାରର ଆଲୋକ ସାୱାରର ଦୃଶ୍ୟତା ଉପରେ ଏହା ପ୍ରଭାବ ପକାଇଥାଏ ।ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଘଟଣାକୁ ଦେଖିବା ପାଇଁ ଆପଣ ଏମିତି ଏକ ଜାଗାକୁ ଯାଇ ପାରିବେ ଯେଉଁଠି ଆକାଶ ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଇଥାଏ । ଏହା ଶିଖରରେ ପହଞ୍ଚିବା ସମୟରେ ଏବଂ ଉପଯୁକ୍ତ ପାଣିପାଗ ରହିବା ଖୁବ ବିରଳ ହୋଇଥାଏ । ତେବେ ଏହି ସମୟରେ ଜେମିନିଡ ଘଣ୍ଟା ପ୍ରତି ପ୍ରାୟ ୧୦୦-୧୫୦ ମେଟେର ଉତ୍ପାଦନ କରିଥାନ୍ତି । କିନ୍ତୁ ଚଳିତବର୍ଷ କ୍ଷୀଣ ଚନ୍ଦ୍ରାଲୋକ ଯୋଗୁଁ ଏହି ବିରଳ ଦୃଶ୍ୟ ଦେଖିବାରେ କଷ୍ଟକର ହୋଇପଡିବ । ଏହାପରେ ବି ଏହି ଘଟଣାର ଦୃଶ୍ୟ ଖୁବ ଚମତ୍କାର ରହିବ ବୋଲି କହିଛି ନାସା ।

ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବା ପାଇଁ ଡିସେମ୍ବର ୧୩ ତାରିଖରେ ଜୱାହାରଲାଲ ନେହୁରୁ ପ୍ଲାନେଟୋରିୟମ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଏହା ସହିତ ଅଧିକାଂଶ ସ୍ଥାନରେ ମଧ୍ୟ ଏଭଳି ଅନେକ ବ୍ୟବସ୍ଥା କରାଯାଇପାରେ । ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରର ଆଶ୍ୟକତା ପଡିବ ନାହିଁ ବୋଲି କୁହାଯାଇଛି । କିନ୍ତୁ ଟେଲିସ୍କୋପ ଦ୍ୱାରା ଏହାର ଦୃଶ୍ୟ ଅଧିକ ସୁନ୍ଦର ରହିବ ବୋଲି ଅନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking