29.1 C
Bhubaneswar
Wednesday, May 1, 2024
Homeଓଲିଉଡଏବେ ଡବିଂ ଚାଲିଛି, ଜାନୁୟାରୀରେ ଆସିପାରେ ‘ଦମନ’ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ

ଏବେ ଡବିଂ ଚାଲିଛି, ଜାନୁୟାରୀରେ ଆସିପାରେ ‘ଦମନ’ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ

ଜୟପୁର: ମାଲକାନାଗିରିର ଏକ ନିଚ୍ଛଟ ସତ କାହାଣୀ ଉପରେ ପ୍ରସ୍ତୁତ ହୋଇଛି ସୁପରହିଟ ଓଡିଆ ସିନେମା ‘ଦମନ’ । ଏହାକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏମିତିକି ରାଜ୍ୟ ସରକାର ମଧ୍ୟ ଏହି ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା କରିଛନ୍ତି । ଯାହାକୁ ଦମନ ଟିମ ମଧ୍ୟ ନିଜେ ବିଶ୍ୱାସ କରିପାରିନି । ଏହି ପିଲ୍ମର ନି୍େ‌ଦର୍ଦଶକ ବିଶାଳ ମୌର୍ଯ୍ୟ କହିଛନ୍ତି ଯେ, ଏତେ ପରିମାଣରେ ବ୍ୟବସାୟ ଏବଂ ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ବିଶ୍ୱାସ ନଥିଲା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଦମନ ଫିଲ୍ମର ହିନ୍ଦୀ ଡବିଂ ଚାଲିଛି । ଯାହାକୁ ଲୋକମାନେ ଖୁବ ଉତ୍ସାହର ସହ ଚାହିଁ ରହିଛନ୍ତି । ଖୁବ ଶୀଘ୍ର ଏହାର ହିନ୍ଦୀ ଭର୍ସନ ସାରା ଦେଶର ଦର୍ଶକଙ୍କ ପାଇଁ ରିଲିଜ ହୋଇପାରେ । ପ୍ରାୟତଃ ଜାନୁୟାରୀ ମାସରେ ଏହି ଫିଲ୍ମଟି ମୁକ୍ତିଲାଭ କରିପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ । ଏବେ ବି ଦମନ ସିନେମାର କ୍ରେଜ ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି । ସବୁ ହଲରେ ଲୋକଙ୍କ ଭିଡ ଏବେ ବି ଲାଗି ରହିଛି ।

ସେହିପରି ଫିଲ୍ମର କାହାଣୀକୁ ନେଇ ନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ବାବୁଶାନ, ଦୀପଙ୍କରଙ୍କୁ ଛାଡି ଆମେ ସ୍ଥାନୀୟ ଲୋକେ ଓ କଳାକାରଙ୍କୁ କାଷ୍ଟିଂ କରିଛୁ । ଫିଲ୍ମର କାହାଣୀକୁ ଜୀବନ୍ତ ରଖିବାକୁ ଆମେ ଏପରି ନିଷ୍ପତ୍ତି ନେଇଥିଲେ । ଆପଣମାନେ ଦେଖିଥିବା ଫିଲ୍ମର ଅଧିକାଂଶ ସୁଟିଂ କୋରାପୁଟ, ଜୟପୁର ଏବଂ ଆଖପାଖ ସ୍ଥାନରେ ସୁଟିଂ ହୋଇଛି । ଖାସ୍ କରି ମେଡିକାଲରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବି ଏହି ଫିଲ୍ମରେ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking