ରାଉରକେଲା: ବ୍ୟସ୍ତ ବହୁଳ ଜୀବନ ଭିତରେ ପଶୁପକ୍ଷୀଙ୍କ ଦୁଃଖ ବୁଝିବାକୁ ମଣିଷ ଭୁଲିଯାଏ। ହେଲେ ବସନ୍ତୀ ନଗରରେ ପଶୁପ୍ରେମୀ ଘନିଆ ଭାଇଙ୍କ ନିଆରା ପ୍ରୟାସ ଯିଏ ପେସା ଅପେକ୍ଷା ପଶୁସେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ପଶୁପକ୍ଷୀଙ୍କ ପ୍ରତି ଭଲପାଇବା ଓ ସେବା ମନୋଭାବ ପାଇଁ ଘନିଆ ଭାଇ ବେଶ ଚର୍ଚ୍ଚାରେ ଅଛନ୍ତି । ସମସ୍ତଙ୍କ ପ୍ରେରଣା ହେବା ସହ ଲୋକଙ୍କ ଠାରୁ ଭଲ ପାଇବା ସାଉଣ୍ଟୁଛନ୍ତି । ଏକା ପଦରେ କହିବାକୁ ଗଲେ ନିଜର ପେସା ଛାଡି କଥା କହିପାରୁନଥିବା ପଶୁ ପକ୍ଷୀଙ୍କ ମନ କଥା ବୁଝି ପାରୁଛନ୍ତି ଏହି ପଶୁପରିମି ଜଣକ । ପେସା ଠାରୁ ପଶୁସେବାକୁ ଅଧିକ ଗୁରୁତ୍ୱ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି। ପଶୁମାନଙ୍କ ପ୍ରତି ଦୟା, ସ୍ନେହ ଓ ସହାନୁଭୂତି ମାନବିକତାର ପରିଚୟ। ଅସହାୟ ପଶୁଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ସେମାନଙ୍କ ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବା ଆବଶ୍ୟକ।ବର୍ତ୍ତମାନ ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ଓ ସେବା ପ୍ରତି ସଚେତନତା ବୃଦ୍ଧି ପାଇବା ଜରୁରୀ। ଘନିଆ ଭାଇଙ୍କ ପଶୁପ୍ରେମ ଏହି ଦିଗରେ ଏକ ସକାରାତ୍ମକ ବାର୍ତ୍ତା ଦେଉଛି। ପଶୁସେବା ହିଁ ପ୍ରକୃତ ମାନବିକତାର ପରିଚୟ।










