ଟମାଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ଟମାଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଆନ୍ଧ୍ରପ୍ରଦେଶ ର ନରସିପତାନାମ୍ ସହରରୁ ମାଲକାନଗିରି କୁ ଆସୁଥିବା ଏକ ଟମାଟ ବୋଝେଇ ଗାଡ଼ି ଚିତ୍ରକୋଣ୍ଡା ନିକଟସ୍ଥ ଦୋରା ଘାଟି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି । ଗାଡ଼ିର ଡ଼୍ରାଇଭର ଗୁରୁତର ଅବସ୍ଥାରେ ପ୍ରଥମେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅତି ଗୁରୁତର ଆହତ ହୋଇଥିବା ରୁ ଡାକ୍ତର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ । ଡ୍ରାଇଭର ସହ ଆଉ ଦୁଇଜଣ ବ୍ୟକ୍ତି ମାଲକାନଗିରି ଆସୁଥିଲେ ଡ୍ରାଇଭର ର ନାମ ଏମ୍ ଶିବା ଓ ଅନ୍ୟ ଜଣଙ୍କ ନାମ ନ ପତାୟ ଗାଡ଼ି ମାଲିକଙ୍କ ନାମ ଏମ ରାମ ବାବୁ ଓ ତାଙ୍କ ଗ୍ରାମ ଆନ୍ଧ୍ରା ପ୍ରଦେଶ ର ନାର୍ଶିପତ୍ନମ୍ ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here