କିନ୍ନର ଙ୍କୁ ବଦନାମ କରିବା ବନ୍ଦ କରାଯାଉ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିନ୍ନର ମାନେ ଭିକ ମାଗୁଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଅପ ପ୍ରଚାର ହେବା ପରେ ଦୁଇ ଗୋଷ୍ଟି ମଧ୍ୟରେ ଫାଟ ସୁର୍ଷ୍ଟ ହୋଇଥିବା ବେଳେ । ଏହାର ପ୍ରତିକ୍ରିୟା ରଖିଛନ୍ତି କିନ୍ନର ସମାଜର ସଭାପତି । କିନ୍ନର ମହାସଂଘ ପକ୍ଷରୁ କୁହାଯାଇଛି ଯେ ମାଲକାନଗିରି ଜିଲ୍ଲାରେ କୌଣସି କିନ୍ନର ଲୋକଙ୍କ ଠାରୁ ଭିକ ମାଗୁ ନାହାନ୍ତି । କାରଣ ମାଲକାନଗିରି ଜିଲ୍ଲା ପ୍ରଶାସନର ସହାୟତାରେ କିନ୍ନର ମାନେ ଯୋଗ୍ୟତା ଅନୁଯାଇ ବିଭିନ୍ନ ବୈଷୟୀକ ତାଲିମ ନେଇଛନ୍ତି । ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ମେଡିକାଲ, ଆହାର କେନ୍ଦ୍ର ଓ କେତେକ ସରକାରି କାର୍ଯ୍ୟାଳୟରେ ସିକୁରିଟି ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି । ମାସିକ ଦରମା ପାଇବା ସହ ସେମାନେ ଭଲରେ ରହିଥିବା କହିଛନ୍ତି କିନ୍ନର ମହା ସଂଘର ସଭାପତି । ତେଣୁ ସେମାନଙ୍କୁ ବଦନାମ କରିବା ଲାଗି ସୋସିଆଲ ମିଡିଆରେ ଅପ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବେ କହିଛନ୍ତି କିନ୍ନର ସଙ୍ଘ ସଭାପତି ଦୁର୍ଗା ।

LEAVE A REPLY

Please enter your comment!
Please enter your name here