27.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବିପତ୍ର

ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବିପତ୍ର

ବଲାଙ୍ଗିର : ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କରେ ବହୁ ଦିନରୁ ଦୁର୍ନିତିରେ ଅଭିଯୋଗ ପିଛା ଛାଡୁନି । ବର୍ତ୍ତମାନ ଏହା ପୂର୍ବତନ ସଭାପତି ଏବଂ ନିର୍ଦ୍ଦେଶକ ତଥା କିଛି କର୍ମଚାରୀଙ୍କ ବିରୁଦ୍ଧରେ ଦେଢ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଏକ ଆର୍ଥିକ ଦୁର୍ନିତିର ପର୍ଦ୍ଦାଫାସ ହୋଇଛି । ଏହି ଦୁର୍ନିତିର ଖୋଳତାଡ କରିବା ପାଇଁ ଏକ ସ୍ୱତନ୍ତ୍ର ଅଡିଟର ବ୍ୟବସ୍ଥା ହୋଇଥିଲା । ଅଭିଯୋଗ ଥିଲା ଯେ ପୂର୍ବତନ ସଭାପତି ଲକ୍ଷ୍ମଣ ମେହେର ଏବଂ ବ୍ୟାଙ୍କ ନିର୍ଦ୍ଦେଶକ ତଥା କର୍ମଚାରୀମାନେ ମନ ମୁତାବକ ବିଭିନ୍ନ ଆର୍ଥିକ କାରବାର ତଥା ବ୍ୟାଙ୍କର କିଛି କାର୍ଯ୍ୟକ୍ରମ ମାନଙ୍କରେ ନିଜର ଆର୍ଥିକ ଫାଇଦା ପାଇଁ ଦରକାରରୁ ଅଧିକା ଖର୍ଚ୍ଚ କରି ଅନେକ ଟଙ୍କା ବାଟମାରଣା କରିଛନ୍ତି । ପ୍ରକୃତରେ ଗରିବ ଜନସାଧାରଣ ତଥା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାରେ ବ୍ୟାଙ୍କ ଅର୍ଥକୁ ପରିଚାଳନା କମିଟି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଛି । ବିଭିନ୍ନ ଗସ୍ତ ଖର୍ଚ୍ଚର ବେଆଇନ ବିଲ, ବେଆଇନ ନିଯୁକ୍ତି, ଅତିରିକ୍ତ ମିଟିଂ ଫିଜ୍ ତଥା ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ରାଜ୍ୟ ବାହାରକୁ ଗସ୍ତ ସମୟରେ ସାଧାରଣ ଜନତାଙ୍କ ଟଙ୍କାକୁ ଏମାନେ ପାଣି ପରି ଖର୍ଚ୍ଚ କରିଥିବା ତଥା ନିଜ ପକେଟକୁ ନେଇଥିବାର ଅଭିଯୋଗ ବାରମ୍ବାର ହେଇ ଆସୁଥିଲା ଏବଂ ଏ ସବୁର ଖୋଳତାଡ ପାଇଁ ସ୍ୱତନ୍ତ୍ର ଅଡିଟ୍ ରେ ମଧ୍ୟ ଏ ସମସ୍ତ ଅଭିଯୋଗ ଏବେ ସତ୍ୟତାରେ ପରିଣତ ହୋଇଛି । ଏ ସମ୍ବନ୍ଧୀୟ ଏକ ତଥ୍ୟ ସମ୍ମଳିତ ଖବର ଏକ ଖବର କାଗଜରେ ପ୍ରକାଶିତ ହେବା ପରେ ଆଜି ବଲାଙ୍ଗିର ଜିଲ୍ଲା ସେବା ଦଳ ପକ୍ଷରୁ ବ୍ୟାଙ୍କ ସଭାପତି, ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୌନ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking