30.1 C
Bhubaneswar
Wednesday, April 24, 2024
Homeଓଡିଶାମିସ ଇଣ୍ଡିଆ ଅପେରା କ୍ୱିନ ଫାଇନାଲରେ ସମ୍ବଲପୁରର ଝିଅ ଦୀପନ୍ୱିତା

ମିସ ଇଣ୍ଡିଆ ଅପେରା କ୍ୱିନ ଫାଇନାଲରେ ସମ୍ବଲପୁରର ଝିଅ ଦୀପନ୍ୱିତା

ସମ୍ବଲପୁର : ସମ୍ବଲପୁରର ଝିଅ ଦ୍ୱୀପନ୍ୱିତା ପତି ମିସ୍ ଇଣ୍ଡିଆ ଅପେରା କ୍ୱିନ ପ୍ରତିଯୋଗିତାର ଶ୍ରେଷ୍ଠ ଦଶଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ଆସ୍ଥାନ ଜମାଇ ଏବେ ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ନଭେମ୍ବର ପହିଲାରେ ଚୂଡ଼ାନ୍ତ ପ୍ରତିଯୋଗିତା ହେବ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ସ୍ନାତକ ଛାତ୍ର ଦୀପନ୍ୱିତା ଜଣେ ମେଧାବୀ ଛାତ୍ରୀ ସହ ଓଡ଼ିଆ ଓ ଇଂରାଜୀ ବକ୍ତୃତାରେ ଧୂରୀଣ ଅଟନ୍ତି । ଆନ୍ତର୍ଜାତୀୟ ଅପେରା ଫେସନ ସୋ\’ ପକ୍ଷରୁ ଆହ୍ୱାନ ପାଇବା ପରେ ଦୀପନ୍ୱିତା ଅନ୍‌ଲାଇନ୍‌ରେ ଏହି ପ୍ରତଯୋଗିତାରେ ଅଂଶଗ୍ରହଣ କରିଥିଲେ । ଦୁଇଟି ରାଉଣ୍ଡରେ ମିସ୍ ଇଣ୍ଡିଆ ଅପେରା କ୍ୱିନ ପ୍ରତିଯୋଗତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ମେଣ୍ଟର ଅଷ୍ଟ୍ରେଲିଆର ଅନୁଜ କୁଲଶ୍ରେଷ୍ଠ ରହିଛନ୍ତି । ସାରା ଭାରତରୁ ବିଭିନ୍ନ ବର୍ଗର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଶ୍ନୋତର, ପ୍ରତିଭା ପ୍ରଦର୍ଶନ ଓ ର‌୍ୟାମ୍ପ ରାଉଣ୍ଡରେ ଦୀପନ୍ୱିତା ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୧୦ ପ୍ରତିଯୋଗୀ ମଧ୍ୟରେ ନିଜକୁ ରଖିପାରିଥିଲେ ।ଦୀପନ୍ୱିତା ସ୍ଥାନୀୟ ଗୋପାଲ୍‌ମାଲ୍ ବାସିନ୍ଦା ବ୍ୟାଙ୍କ ଅଧିକାରୀ ପଦୀପ୍ କୁମାର ପତି ଓ ସୁନୀତା ପତିଙ୍କ କନ୍ୟା ଅଟନ୍ତି । ସେହିପରି ଶିକ୍ଷାବିତ୍ ରାଜମୋହନ ରଥ ଏବଂ ଗୃହିଣୀ କାମିନୀ ରଥଙ୍କ ଗଙ୍ଗାଧର୍ ମେହେର୍ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ୍‌ର ସ୍ନାତକୋତର ଛାତ୍ରୀ ଅପେରା ମିସ ଅନଲାଇନ କ୍ୱିନ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ଆସନ୍ତା ନଭେମ୍ବର୍ ମାସରେ ଥିବା ମିସ୍ ଇଣ୍ଡିଆ ଗ୍ଲୋବାଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୧ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking