31.1 C
Bhubaneswar
Monday, May 4, 2026
Homeଓଡିଶାଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ରୁ ଅଧିକ ଦୋକାନ

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ରୁ ଅଧିକ ଦୋକାନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା ୧୫ରୁ ଅଧିକ ଦୋକାନ। ଲକ୍ଷାଧିକ ଟଙ୍କାର ପନିପରିବା ନିଆଁରେ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଗତକାଲି ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଆସିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ସବୁ ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ତେବେ ଦୋକାନରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ଦୋକାନରେ ପୂଜା ପାଇଁ ଲାଗିଥିବା ଦିପ ନିଆଁ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking