30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶସାନିଟାରୀ ନାପକିନ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ସାନିଟାରୀ ନାପକିନ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ଥାନେ : ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏକ ସାନିଟାରୀ ଫ୍ୟାକ୍ଟିରେ ଲାଗିଲା ନିଆଁ। ଫଳରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ସୂଚନା ଅନୁସାରେ, ଭୋର ୩ଟା ସମୟରେ ହଠାତ କୌଣସି କାରଣରୁ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ ଏମଆଇଡିସିରେ ଥିବା ଏକ ସାନିଟାରୀ ନାପକିନ ଫ୍ୟାକ୍ଟିରେ ନିଆଁ ଲାଗିଯାଇଥିଲା ବୋଲି ଭରୱାଣ୍ଡି-ନିଜାମପୁର ମ୍ୟୁନିସିପାଲିଟି କର୍ପୋରେସନ୍ ବିପର୍ଯ୍ୟୟ ପରିଚାଳନା ସେଲ୍ ଅଧିକାରୀ ରାଜୁ ୱାର୍ଲିକର କହିଛନ୍ତି । ନିଆଁ ପରିମାଣ ଏତେ ଅଧିକା ଥିଲା ଯେ ଫ୍ୟାକ୍ଟି ଭିତରେ ଥିବା ସମସ୍ତ ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜାଳି ଯାଇଥିଲେ ମଧ୍ୟ ଏଥିରେ କେହି ଆହତ ହୋଇନାହାନ୍ତି। ଖବରପାଇ ଘଟଣା ସ୍ଥଳରେ ଦମକଳ ଟିମ ସହିତ ଥାନେ ଏବଂ କଲ୍ୟାଣ ଡୋମ୍ବିବଲୀର ଟିମ୍ ପହଞ୍ଚି ସକାଳ ୮.୩୦ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking