28.1 C
Bhubaneswar
Thursday, May 2, 2024
Homeଅପରାଧପତ୍ନୀ ଓ ଝିଅକୁ ହତ୍ୟା କରି ଜୀବନ ହାରିଲେ ଅବସରପ୍ରାପ୍ତ ଯବାନ

ପତ୍ନୀ ଓ ଝିଅକୁ ହତ୍ୟା କରି ଜୀବନ ହାରିଲେ ଅବସରପ୍ରାପ୍ତ ଯବାନ

କୋଲକାତା: ଦିନେ ସାରା ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । ହେଲେ ଆଜି ନିଜ ପରିବାର ପାଇଁ ପାଲଟିଲେ ଶତ୍ରୁ । ନିଜ ପତ୍ନୀ ଓ ଝିଅର ଜୀବନ ନେଇଛନ୍ତି ଅସରପ୍ରାପ୍ତ ଯବାନ । ଏହାପରେ ନିଜେ ଜୀବନ ହାରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଶୁକ୍ରବାର ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ସ୍ତ୍ରୀ ଓ ଝିଅର ତଣ୍ଟି କାଟି ହତ୍ୟା କରିଥିବା କହିଛି ପୋଲିସ । ଏହି ଅଭିଯୁକ୍ତଙ୍କ ନାମ ହେଉଛି ୪୮ ବର୍ଷୀୟ ଗୌତମ ବାନାର୍ଜୀ । ସେ ମାନସିକ ଅସୁସ୍ଥତା ଦେଇ ଗତି କରୁଥିଲେ ବୋଲି କୁହାଯାଉଛି । ତେବେ ସେ ପ୍ରଥମେ ପତ୍ନୀ ଦେବିକା ବାନାର୍ଜୀ (୪୪) ଓ ଝିଅ ଦିଶା ବାନାର୍ଜୀ (୧୯)ଙ୍କ ସହିତ ରତନ ଧାର ରୋଡ ନିକଟରେ ରହୁଥିଲେ ।

ପ୍ରଥମେ ପତ୍ନୀ ଓ ଝିଅର ଗଳା କାଟି ହତ୍ୟା କରିବା ପରେ ମଧ୍ୟମଗ୍ରାମ ରେଲୱେ ଷ୍ଟେସନ ନିକଟରେ ହାବଡା ଟ୍ରେନ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି । ପଡୋଶୀଙ୍କ କହିବା ଅନୁସାରେ ଏହି ଦମ୍ପତି ଅଧିକାଂଶ ସମୟ କଳହ କରୁଥିଲେ । ତେବେ ଘରୋଇ ହଂସାକୁ ନେଇ ଏହି ଘଟଣା ଘଟିଥିବା କହିଛନ୍ତି ପଡୋଶୀ । ସେପଟେ ପୋଲିସର କହିବା ଅନୁସାରେ ରତନ ଧାର ରୋଡ ନିକଟରେ ଥିବା ଅବସରପ୍ରାପ୍ତ ଯବାନ ତଥା ଅଭିଯୁକ୍ତଙ୍କ ଘରୁ ମଦ ବୋତଲ ଜବତ ହୋଇଛି । ଏହା ସନ୍ଦେହ କରାଯାଉଛି ଯେ ଗୌତମ ଗୁରୁବାର ବିଳମ୍ବିତ ରାତ୍ରିରେ ନିଶାସକ୍ତ ଅବସ୍ଥାରେ ଏହି ଅପରାଧିକ କାଣ୍ଡ କରିଛନ୍ତି । ତେବେ ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ଘରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ମାତ୍ର ସେଥିରେ ସଫଳ ହୋଇନଥିଲେ । ଏହାପରେ ସେ ଘରେ ତାଲା ପକାଇ ରେଲୱେ ଷ୍ଟେସନ ଅଭିମୁଖେ ବାହାରିଥିଲେ । ଏହାପରେ ମଧ୍ୟମଗ୍ରାମ ରେଲୱେ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦମ୍‌ଦମ୍ ଓ ବାରାକପୋର ପୋଲିସ ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମାରଣାସ୍ତ୍ରକୁ ଜବତ କରିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking