37.1 C
Bhubaneswar
Monday, May 20, 2024
Homeଓଡିଶାମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି : ମାଓ କ୍ୟାମ୍ପ ଉପରେ ପୋଲିସ ର ଚଢ଼ାଉ । ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ । ଗତ 14 ତାରିଖ ରେ ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଏସ୍ପି ଅଭିଳାଷ ଜି ଏବଂ CRPF କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ଙ୍କ ନେତୃତ୍ୱରେ ଉକ୍ତ କ୍ୟାମ୍ପ ରେ ଚଢ଼ାଉ କରିଥିଲେ । ସେଠାରୁ ଅନେକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ସେ ମଧ୍ୟରେ 58 ରାଉଣ୍ଡ ଗୁଳି,2ଟି ମାଓ ୟୁନିଫର୍ମ,10 ଟି ଡେଟୋନେଟର,ହେଣ୍ଡ ଗ୍ରେନେଡ଼,500 ଗ୍ରାମ ଗନ ପାଉଡର,ଜେଲେଟିନ ଷ୍ଟିକ,ଇଲେକ୍ଟ୍ରି ତାର,ୟୁରିଆ,କୁରାଢ଼ି, ମାଓ ବେଲ୍ଟ, ବ୍ୟାଗ,ସୋଲଡିଂ ଆଇରନ, ପଲିଥିନ ସିଟ, ଚପଲ, ଜୋତା ଭଳି ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ଏହା ସହିତ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା 3 ମାଓବାଦୀ ଙ୍କ ମୃତ୍ୟୁ ର ବଦଲା ନେବାପାଇଁ ଆହ୍ୱାନ କରାଯାଇଥିବା ବେଳେ ଗାଁ ମାନଙ୍କରେ ଥିବା ପୋଲିସ ଇନଫର୍ମର ମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ କୁହା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking