ପୁରୀ : ପୁରୀରେ ଆଜି ସମୁଦ୍ରରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ଆର୍ଯ୍ୟନ ରାଜ୍। ତାଙ୍କ ଘର ବିହାରରେ। ବାପା-ମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ। ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହରୀରେ ଭାସି ଯାଇଥିଲେ। ଲାଇଫଗାର୍ଡମାନେ ତାଙ୍କୁ ଖୋଜାଖୋଜି କରୁଛନ୍ତି। ଫାଏର ବ୍ରିଗେଡ୍ ଟିମ୍ ମଧ୍ୟ ଖୋଜୁଛି। କିନ୍ତୁ ତାଙ୍କର ପତ୍ତା ମିଳିନି।