29.1 C
Bhubaneswar
Saturday, July 27, 2024
Homeଓଡିଶାଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ: ବିପୁଳ ପରିମାଣର ଦେଶୀମଦ ସହ ପୋଚ ଜବତ...

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ: ବିପୁଳ ପରିମାଣର ଦେଶୀମଦ ସହ ପୋଚ ଜବତ କରି ନଷ୍ଟ 

ମୟୁରଭଞ୍ଜ: କୁଟୀରଶିଳ୍ପ ପାଲଟିଛି ମହୁଲି ଦେଶୀମଦ ପ୍ରସ୍ତୁତି କାରଖାନା। ଆଉ ଆଇନକୁ ବେଖାତିର କରି ଗାଁ ଗାଁରେ ଖୁଲମଖୁଲା ଏହାର ବହୁଳ ବେପାର ଚାଲିଛି। ବେଆଇନ ମହୁଲି ଦେଶୀମଦର ବହୁଳ ପ୍ରସାର ଓ ବ୍ୟବହାର ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ନିଶା ପ୍ରଭାବରେ ହତ୍ୟା, ଲୁଟପାଟକୁ ବାଦଦେଲେ ସାଂସାରିକ ବିବାଦ ସୃଷ୍ଟି ହୋଇ ଘରେ ଥିବା ନିରିହା ମହିଳାମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବେଆଇନ ଦେଶୀମଦ ପ୍ରସ୍ତୁତ କାରଖାନା ଉପରେ ଅତର୍କିତ ଭାବେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

କରଞ୍ଜିଆ ଉପଖଣ୍ଡର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସମସ୍ତ ଅଞ୍ଚଳରେ ନିଶାଦ୍ରବ୍ୟ ଓ ମାଫିଆମାନଙ୍କୁ ଧରିବା ପାଇଁ ଧରପକଡ ଜାରିରଖିଥିବା ବେଳେ ଆଜି ଏକ ଦେଶୀମଦ କାରଖାନା ଉପରେ ଚଢ଼ାଉ କରି ୧୦୫ ଲିଟର ଦେଶୀମଦ ଏବଂ ୬୫୦୦ ଲିଟର ପୋଚ ଜବତ କାରି ନଷ୍ଟ କରିଥିବା ଜଣା ପଡିଛି । ତେବେ ସୂଚନା ମୁତାବକ କୌଣସି ବିଶ୍ବସ୍ତ ସୂତ୍ରରୁ କରଞ୍ଜିଆ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଧିରେନ କୁମାର ବେହେରା ଖବର ପାଇଥିଲେ। ଖବର ପାଇବା ପରେ ଧିରେନ କୁମାର କରଞ୍ଜିଆ ଥାନାକୁ ଜଣେଇବା ପରେ ସ୍ଥାନୀୟ ଅବକାରୀ ବିଭାଗ ଏବଂ କରଞ୍ଜିଆ ଥାନା ପୋଲିସ ଏକ ମିଳିତ ଟିମ ଗଠନ କରି କରଞ୍ଜିଆ ଥାନ ଅନ୍ତର୍ଗତ ମେଣ୍ଢା ସିଂ ଓ ଝାରବେଡା ଗ୍ରାମରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଦେଶିମଦ ଓ ପୋଚ ଜବତ କରି ନଷ୍ଟ କରିଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବଵୋଲି ଜଣାପଡିଛି ।

ଏହି ଚଢ଼ାଉରେ କରଞ୍ଜିଆ ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ଆଲ୍ଲାଦି ମାର୍ଣ୍ଡି ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ସେହିଭଳି କରଞ୍ଜିଆ ଥାନାରୁ ଏସ.ଆଇ ବଳରାମ ମହାରଣାଙ୍କ ସହିତ ଅନ୍ୟ କର୍ମଚାରୀମାନେ ସାମିଲ ଥିବା ଜଣାପଡିଛି। ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ରାସ୍ତା କଡରେ ବିକ୍ରି ହେଉଥିବା ହାଣ୍ଡିଆ ସାଙ୍ଗକୁ ଦେଶୀ ମହୁଲିମଦର ଅବାଧ କାରବାର ପାଇଁ ପ୍ରାୟତଃ ସାମାଜିକ ସମସ୍ୟା ବୃଦ୍ଧି ପାଇବା ସହିତ ସଡ଼କ ଦୁର୍ଘଟଣାର କାରଣ ପାଲଟିଥିବା ଆଲୋଚନା ହେଉଛି। ତେଣୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking