25.1 C
Bhubaneswar
Friday, February 23, 2024
Homeଓଡିଶାପତଞ୍ଜଳି ପରିବାର ସୁବର୍ଣ୍ଣପୁରର ଜିଲ୍ଲା ସ୍ତରୀୟ ବୈଠକ

ପତଞ୍ଜଳି ପରିବାର ସୁବର୍ଣ୍ଣପୁରର ଜିଲ୍ଲା ସ୍ତରୀୟ ବୈଠକ

ସୁବର୍ଣ୍ଣପୁର : ପତଞ୍ଜଳି ପରିବାର ସୁବର୍ଣ୍ଣପୁରର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ପତଞ୍ଜଳି ପରିବାର ସୁବର୍ଣ୍ଣପୁର ପଟାଭାଡ଼ି ସ୍ତିତ୍ ରାମଜୀ ମନ୍ଦିର ପ୍ରାଙ୍ଗଣରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପତଞ୍ଜଳୀ ଯୋଗ ସମିତି ଓଡିଶା ମୁଖ୍ୟ ରାଧାମାଧବ ବହିଦାର ଦେଶ ବ୍ୟାପି ବ୍ୟାପକ ସୋସିଆଲ ୟୋଗୀଙ୍କୁ ଚୟନ ତଥା ପ୍ରତି ବ୍ୟକ୍ତିଙ୍କ ପାଖକୁ ଯୋଗ , ଆୟୁର୍ବେଦ ସ୍ୱଦେଶୀ ତଥା ବୈଦିକ ସନାତନ ଧର୍ମର ମୂଲ୍ୟବୋଧକୁ ପହଞ୍ଚାଇବାକୁ ବ୍ୟାପକ ପ୍ରାୟାସ କରିବା ସକାଶେ ସଭାରେ ସମସ୍ତ ଅତିଥିମାନେ ନିଜ ନିଜ ମତ ଉପସ୍ଥାପନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଂକ ମଧ୍ୟରୁ ପତଞ୍ଜଳୀ ଯୁବ ଭାରତର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ୍ ପଣ୍ଡା, ଜିଲ୍ଲା ଯୁବଭାରତ ପ୍ରଭାରୀ ସତ୍ୟବାନ ମିଶ୍ର, ବରିଷ୍ଟ ଯୋଗ ପ୍ରଶିକ୍ଷକ ଦୁର୍ଗା ଚରଣ ସାହୁ , ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ସୋସିଆଲ ଯୋଗୀ ଭାବେ ରାକେଶ ବାରିକ, ଅଚ୍ୟୁତ ପୁରୋହିତ, ଆକାଶ ବିଶ୍ବାଳ ,ପ୍ରଫୁଲ୍ଲ ବାରିକ, ହୃଷିକେଶ ଦେହୁରୀ ,ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ରେ ଯୋଗ ପ୍ରଶିକ୍ଷକ ଗୁଣନିଧି ଥନାପତି, ବିଶ୍ୱଜିତ୍ ଚାନ୍ଦ ପ୍ରମୁଖ ସହୟୋଗ କରିଥିଲେ । ଆଗାମୀ ବୈଠକ ଜାନୁୟାରୀ 23 ରେ ସୋନପୁରର ମହାନଦୀର ବାଲି ଶଯ୍ୟା ପ୍ରାଙ୍ଗଣ ରେ ଆୟୋଜିତ ହେବ ବୋଲି ସ୍ଥିରୀକୃତ ହେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking