33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶସ୍ୱାଧୀନତା ଦିବସ ପୂର୍ବରୁ ଟଳିଗଲା ଗୋଟେ ବଡ ଧରଣର ବିପଦ, ୪ ଆତଙ୍କବାଦୀ ଗିରଫ

ସ୍ୱାଧୀନତା ଦିବସ ପୂର୍ବରୁ ଟଳିଗଲା ଗୋଟେ ବଡ ଧରଣର ବିପଦ, ୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟେ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କର ବଡ ଷଡଯନ୍ତ୍ର ବିଫଳ ହୋଇଛି । ଜମ୍ମୁ-କଶ୍ମୀର ପୋଲିସ ଜୈଶର ମଡ୍ୟୁଲରକୁ ପର୍ଦାଫାଶ କରି ପୋଲିସ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସ୍ୱାଧୀନତା ଦିବସରେ ମୋଟର ସାଇକେଲରେ ଆଇଇଡିର ବ୍ୟବହାର କରି ଆକ୍ରମଣ କରିବେ ବୋଲି ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥିଲା କିନ୍ତୁ ପୋଲିସ ଏହାକୁ ବିଫଳ କରିଛି ।

ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଲଗାତାର ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚଳାଉଛନ୍ତି । ଏହା ଅନୁସାରେ ଜମ୍ମୁ ପୋଲିସ ଜୈଶର ଚାରିଜଣ ଆତଙ୍କବାଦୀ ଓ ତାଙ୍କର ସହଯୋଗୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଡ୍ରୋନରୁ ପକାଯାଇଥିବା ହତିଆରକୁ ଏକାଠି କରିବା ଓ ତାଙ୍କୁ ଘାଟିରେ ସକ୍ରିୟ ଜୈଶର ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଁଞ୍ଚାଇବାର ଷଡଯନ୍ତ୍ର ରଚିଥିଲେ । ଏହା ସହିତ ସେମାନେ ୧୫ ଅଗଷ୍ଟ ପୂର୍ବରୁ ବାହନରେ ଆଇଆଇଡି ଲଗାଇ ଆକ୍ରମଣ କରିବାର ଯୋଜନାରେ ଥିଲେ । ଦେଶର ଅନ୍ୟ ସହରରେ ଟାର୍ଗେଟ କରିବା ପୂର୍ବରୁ ସେମାନେ ଏହା ଉପରେ ନଜର ରଖିଥିଲେ ।

ପୋଲିସ ସବୁଠାରୁ ପ୍ରଥମେ ମୁତାଞ୍ଜିର ମଞ୍ଜୁରକୁ ଗିରଫ କରିଥିଲା । ସେ ଜୈଶର ଆତଙ୍କବାଦୀ ହୋଇଥିବାବେଳେ ପୁଲୱାମାରେ ରୁହେ । ମୁତାଞ୍ଜିର ପାଖରୁ ପୋଲିସକୁ ଏକ ପିସ୍ତଲ, ଏକ ମାଗାଜିନ୍ ଓ ୮ ରାଉଣ୍ଡ କାରତୁସ, ଦୁଇଟି ଚୀନ୍ ହାଣ୍ଡଗ୍ରେନେଡ୍ ମିଳିଥିଲା । ସେ ଅସ୍ତ୍ରଶସ୍ତ୍ର ନେଇ ଯିବା ପାଇଁ ଟ୍ରକର ବ୍ୟବହାର କରୁଥିବାବେଳେ ତାକୁ ମଧ୍ୟ ଜବତ କରିନିଆଯାଇଛି ।

ମୁତାଞ୍ଜିର ସହ ଆହୁରି ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ ପ୍ରଥମ ଆତଙ୍କବାଦୀ ଇଜାହର ଓରଫ ସୋନୁ ଖାନ୍‌ । ସୋନୁର ଘର ଉତ୍ତର ପ୍ରଦେଶର ଶ୍ୟାମଲି ଅନ୍ତର୍ଗତ କଣ୍ଡାଲାରେ । ସୋନୁ କହିଛି, ତାକୁ ପାକିସ୍ତାନର ଜୈଶ କମାଣ୍ଡର ମୁନିଜିର ଖାନ୍ ଅମୃତସରରୁ ହତିଆର ଏକାଠି କରିବାକୁ କୁହାଯାଇଥିଲା । ଦ୍ୱିତୀୟ ଆତଙ୍କବାଦୀ ହେଉଛି ତୌଫିକ ଅହମ୍ମଦ ଶାହ, ଯିଏକି ସୋଫିଆରେ ରୁହେ । ତାକୁ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ଶାହିଦ ଓ ଅବରାର ଜମ୍ମୁ ପହଁଞ୍ଚିବାକୁ କୁହାଯାଇଥିଲା । ସେ ସେଠାରେ ପହଁଞ୍ଚି ଯାଇଥିଲା,ଏହାପରେ ତାକୁ ଜମ୍ମୁରେ ଆଇଆଇଡି ବ୍ଲାଷ୍ଟ କରିବା ପାଇଁ ଏକ ବାଇକ୍ କିଣିବାକୁ କୁହାଯାଇଥିଲା । ଏଥିପାଇଁ ଆଇଆଇଡିକୁ ଡ୍ରୋନ ଯୋଗେ ପକାଯିବାର ଥିଲା । ତୋଫିକ ଏଭଳି କରିବା ପୂର୍ବରୁ ଗିରଫ ହୋଇଥିଲା । ତୃତୀୟ ଆତଙ୍କବାଦୀ ହେଉଛି, ଜାହାଙ୍ଗୀର ଅହମ୍ମଦ ଭଟ୍ଟ, ତା’ ଘର ପୁଲୱାମାରେ । ତାକୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ସେ ଏକ ଫଳ ବେପାରୀ ।  ସେ ଆତଙ୍କବାଦୀ ଶାହିଦର ଟଚ୍‌ରେ ଥିଲା ଓ ସେ ହିଁ ଇଜାହର ଖାନ୍‌ର ପରିଚୟ ଶାହିଦ ସହିତ କରିଥିଲା । ଏହି ଘାଟିରେ ଜୈଶ ପାଇଁ ଯୁବପୀଢିଙ୍କୁ ଭର୍ତ୍ତି କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking