30.1 C
Bhubaneswar
Wednesday, April 24, 2024
Homeଓଡିଶାବୁର୍ଲା ଭିମସାରରେ ୨ ଶିଶୁ କରୋନା ଆକ୍ରାନ୍ତ

ବୁର୍ଲା ଭିମସାରରେ ୨ ଶିଶୁ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହରି କମିନଥିବା ବେଳେ ତୃତୀୟ ଲହରୀର ଭୟ ଦେଖିବାକୁ ମିଳିଛି । ତେବେ ଏହି ତୃତୀୟ ଲହରୀରେ ସର୍ବାଧିକ ଛୋଟ ଛୁଆ ଅର୍ଥାତ ଶିଶୁମାନଙ୍କ ଉପରେ ପ୍ରଭାବ ପାକାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଆଜି ସମ୍ବଲପୁର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ହୋଇଥିବାର ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ମାସ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫ ମାସ ହୋଇଥିବାର ଜଣାପଡିଛି । ଏନେଇ ଭୀମସାରର ଅଧ୍ୟକ୍ଷ ଡାକ୍ତର ଲାଲମୋହନ ନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଭିମସାରର ଥିବା ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ ୱାର୍ଡରେ ହେଉଥିବାବେଳେ ସେମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତର,ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଟ୍ରେନିଂ ଦିଆଯାଇଛି । ଏଥିସହ ଯୁନ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ , ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ କମିନାହିଁ । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ତାଲାବନ୍ଦ କଟକଣାକୁ କୋହଳ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ପରେ ପାଞ୍ଚଦିନ ହେଲା ପୁଣି ହଜାରେ ଟପିଛି । ଏହା ମଧ୍ୟରେ ଆଜି ୧୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking