29.1 C
Bhubaneswar
Wednesday, April 29, 2026
Homeଓଡିଶାମୂଷା ଯନ୍ତାରେ ପଡିଲା ଏକ ବିରାଟ ନାଗ ସାପ

ମୂଷା ଯନ୍ତାରେ ପଡିଲା ଏକ ବିରାଟ ନାଗ ସାପ

ଭୁବନେଶ୍ୱର : ମୂଷା ଯନ୍ତାରେ ପଡ଼ିଛି ଏକ ବିରାଟ ନାଗ ସାପ। ଭୁବନେଶ୍ୱର ଶୈଳଶ୍ରୀ ବିହାର ଏଚ୍‌ଆଇଜି-୧୧୬ ଘରେ ରହୁଥିବା ସୋମ ପଟେଲଙ୍କ ଘରେ ମୂଷା ଧରିବା ପାଇଁ ଏକ ଯନ୍ତା ବସାଯାଇଥିଲା। ବୁଧବାର ସକାଳୁ ଯନ୍ତା ଭିତରେ ସୁ ସୁ ଗର୍ଜନ ଶୁଣି ଯାଇ ଘର ଲୋକେ ଦେଖିବା ବେଳକୁ ଏହା ଭିତରେ ଏକ ବିରାଟ ନାଗ ସାପ ପଡ଼ିଛି। ପରିବାର ଲୋକେ ଭୟଭୀତ ହୋଇଯିବା ସହ ସ୍ନେକ୍‌ ହେଲ୍ପ ଲାଇନ୍‌କୁ କଲ୍‌ କରିଥିଲେ। ସ୍ନେକ୍‌ ହେଲ୍ପଲାଇନ୍‌ର କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରିଥିଲେ। ଏହା ପରେ ସାପଟିକୁ ନେଇ ଜଙ୍ଗଲରେ ଛାଡ଼ିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking