28.1 C
Bhubaneswar
Tuesday, May 21, 2024
Homeଓଡିଶାମୋ ପାଇଁ ବହୁତ ବଡ଼ ସୁଯୋଗ: ଦେବାଶିଷ

ମୋ ପାଇଁ ବହୁତ ବଡ଼ ସୁଯୋଗ: ଦେବାଶିଷ

ଭୁବନେଶ୍ୱର: ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି।’ ଏଭଳି କିଛି କହିଛନ୍ତି ରାଜ୍ୟସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ଗତକାଲି ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଯାହା ସମସ୍ୟା ରହିଛି ମୁଁ ସଂସଦରେ ଉପସ୍ଥାପନ କରିବି। କଟକ-ବାରବାଟୀରେ ଅନେକ ସମସ୍ୟା ରହିଛି। ତାକୁ ମଧ୍ୟ ସଂସଦରେ ଉପସ୍ଥାପନ କରିବି। କଟକ-ବାରବାଟୀ ଭାଇଉଉଣୀଙ୍କ ପାଇଁ ମୁଁ ରାଜ୍ୟସଭା ଯିବି। ପୌର ନିର୍ବାଚନରେ ସେମାନେ ସେହି ବିଶ୍ୱାସ ମୋତେ ଦେଇପାରିଥିଲେ। ୨୮ଟି କର୍ପୋରେଟର ବାରବାଟୀରୁ ଜିତିଥିଲେ ଓ ମେୟର ମଧ୍ୟ ୩୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ସେମାନଙ୍କର ସେହି ବିଶ୍ୱାସ ପାଇଁ ମୁଁ ଆଜି ରାଜ୍ୟସଭାକୁ ଯାଇପାରିଛି। ମୁଁ କଟକବାସୀ ପାଇଁ ଲଢ଼ିପାରିବି ବୋଲି ସେମାନଙ୍କର ମୋ ଉପରେ ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking