31.1 C
Bhubaneswar
Friday, May 10, 2024
Homeଓଡିଶାରାସନ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା ଓ ୨ ବ୍ୟାଗ

ରାସନ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା ଓ ୨ ବ୍ୟାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି । ରାସନ ହିତାଧିକାରୀଙ୍କୁ ମିଳିବ ହଜାରେ ଟଙ୍କା । ଏହାସହ ଦୁଇଟି ଝୋଟ ବ୍ୟାଗ ସହ ମିଳିବ । ଏଥିରେ ରାଜ୍ୟର ପ୍ରାୟ ୯୫.୯୦ ଲକ୍ଷ କୋଟି ହିତାଧିକାରୀ ଲାଭବାନ ହେବେ । ସେହିପରି ରାଜ୍ୟ ସରକାର ଉଦ୍ୟମୀଙ୍କ ପାଇଁ ସ୍ୱୟଂ ଯୋଜନା ଆଣିବେ । ଯୁବକ ଏବଂ ଯୁବତୀଙ୍କୁ ମିଳିବ ସୁଧମୁକ୍ତ ବ୍ୟାଙ୍କ ଋଣ । ଉଦ୍ୟୋଗ ଲାଗି ଏଥିରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯିବ । ଉଦ୍ୟୋଗ ଥିଲେ ବି ଏହାର ଲାଭ ନେଇପାରିବେ । ଏଥିପାଇଁ ହିତାଧିକାରୀଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଦରକାର । ଋଣ ସୁଝିବା ପାଇଁ ୪ ବର୍ଷ ସମୟ ଦିଆଯିବ । ଏହି ଯୋଜନା ପାଇଁ ୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking