31.1 C
Bhubaneswar
Thursday, April 30, 2026
Homeଓଡିଶାଭଲ ମଣିଷ ପାଇଁ ସ୍କୁଲ୍‌ରେ ମାଡ଼ ଦରକାର

ଭଲ ମଣିଷ ପାଇଁ ସ୍କୁଲ୍‌ରେ ମାଡ଼ ଦରକାର

ଭୁବନେଶ୍ୱର : ୟୁନିଟ୍‌-୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି। ଇଂଗ୍ରାଜୀ ମାଧ୍ୟମ ସ୍କୁଲ୍ ଶ୍ରେଣୀ ଗୃହ ପରି ସରକାରୀ ସ୍କୁଲର ପିଲାମାନେ ସେହି ସୁବିଧା ପାଉଥିବା ଯେପରି ଅନୁଭବ କରିବେ ସେହିଭଳି ଅତ୍ୟାଧୁନିକ ସୁବିଧା ଥାଇ ଏକ ସ୍ମାର୍ଟ ଶ୍ରେୀଣୀ ଗୃହ ଆଜି ଶିଶୁ ଦିବସରେ ଉଦ୍‌ଘାଟନ କରାଯାଇଛି। ଏହି ସ୍ମାର୍ଟ ଶ୍ରେଣୀ ଗୃହର ନିର୍ମାଣ ପାଇଁ ସମସ୍ତ ସହାୟତା ଓ ସହଯୋଗ ସ୍କୁଲ୍‌ର ପୁରାତନ ଛାତ୍ର ଏସ୍‌ସିବି ମେଡିକାଲ କଲେଜ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ମୂତ୍ର ରୋଗ ବିଭାଗର ପୂର୍ବତନ ପ୍ରଫେସର୍ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ବିିଜ୍ଞାନ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଯୋଗାଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସ୍କୁଲ୍‌ର ପୂର୍ବତନ ବିଜ୍ଞାନ ଓ ଗଣିତ ଶିକ୍ଷକ ଶ୍ୟାମସୁନ୍ଦର ମହାପାତ୍ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରମାନେ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ବକ୍ତବ୍ୟ ରଖିବା ସମୟରେ ବର୍ଷିୟାନ୍ ଶିକ୍ଷକ ଶ୍ରୀ ମହାପାତ୍ର ତାଙ୍କ ଅଭିଜ୍ଞତା ଆଧାରରେ ସ୍କୁଲ୍‌ରୁ ମାଡ଼ ଉଠିଯିବା ବ୍ୟବସ୍ଥାକୁ ତୀବ୍ର ନାପସନ୍ଦ କରିଥିଲେ। ଜଣେ ଭଲ ମଣିଷ ହେବା ପାଇଁ ହେଲେ ସ୍କୁଲ୍‌ରେ ମାଡ଼ ରହିବା ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking