ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପରିସରରେ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତା ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି। ନିର୍ଯାତନା ଦେଇଥିବା ଯୁବକ ଆଉକେହି ବାହାର ପିଲା ନୁହେ ସେହି ବିଶ୍ୱବିଦ୍ୟାଳୟର ଛାତ୍ର ଓ ଜଣେ ସହପାଠୀ ।
ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କହିଛି ଯେ ଗତ କିଛି ଦିନ ହେବ ସମ୍ପୃକ୍ତ ଛାତ୍ରୀ ଙ୍କୁ ଅଭିଯୁକ୍ତ ଅନୁସରଣ କରୁଥିଲା। ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ପାଖକୁ ଯାଇ ଏକାଧିକ ଥର ପ୍ରେମ ନିବେଦନ କରବକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ବର୍ତ୍ତମାନ ଉକ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋମବାର ରାତିରେ କ୍ୟାମ୍ପସ ପରିସରରେ ଏହି ଘଟଣା ଘଟିଛି। ଯୁବକ ଜଣକ କ୍ୟାମ୍ପସ ଭିତରୁ ଏକ ବାଇକ୍ ରେ ଆସି ପିଏଚଡି ଛାତ୍ରଙ୍କୁ ଅସଦାଚରଣ କରିଥିବା ପୋଲିସ କହିଛି।
ଅଭିଯୁକ୍ତ ଛାତ୍ର ଉକ୍ତ କ୍ୟାମ୍ପସରେ ରୁହନ୍ତି। ପୀଡ଼ିତା ଜଣକ କ୍ୟାମ୍ପସରେ ବୁଲିବା ସମୟରେ ଛାତ୍ର ଜଣକ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲେ।
ଏହି ଘଟଣା ପରେ ପୀଡିତା ପିସିଆରକୁ କଲ କରି ବସନ୍ତ କୁଞ୍ଜ ଉତ୍ତର ପୋଲିସ ଷ୍ଟେସନ ନିକଟରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା 323 (ସ୍ୱେଚ୍ଛାକୃତ ଭାବେ ଆଘାତ ଦେଇ ଦଣ୍ଡ)ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇ ନାହିଁ ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ପୋଲିସ କହିଛି ଯେ ସେମାନେ ଏହି ଘଟଣାର ଅଧିକ ଅନୁସନ୍ଧାନ କରୁଛନ୍ତି।
“ସୋମବାର ଦିନ ରାତି ପ୍ରାୟ 11.45 ସମୟରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟର ପୂର୍ବ ଗେଟ୍ ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବକ କ୍ୟାମ୍ପସ ଭିତରୁ ବାଇକ୍ରେ ଆସି ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ଛାତ୍ର ଜଣକ ବିରୋଧ କରିବା ସହ ସାହାଯ୍ୟ ପାଇଁ ପାଟି କରିଥିଲେ।” ଡେପୁଟି କମିଶନର ଅଫ୍ ପୋଲିସ୍ (ଦକ୍ଷିଣ-ପଶ୍ଚିମ ଜିଲ୍ଲା) ଗୌରବ ଶର୍ମା କହିଛନ୍ତି |