28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାର ୪ ଶିଶୁ ମୃତ

ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାର ୪ ଶିଶୁ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫ୍ୟାନରୁ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୪ ଶିଶୁଙ୍କ ମୃତ୍ୟୁ ଘଟିଛି । ବାରସଗୱାର ପୋଲିସ ଷ୍ଟେସନ ଅନ୍ତର୍ଗତ ଲାଲମାନ ଖେଡା ଗାଁର ବିରେନ୍ଦ୍ର କୁମାରଙ୍କ ୨ ଝିଅ ଓ ୨ ପୁଅଙ୍କର ମୃତ୍ୟୁ ଘଟିଛି । ସମସ୍ତଙ୍କ ବୟସ ୯ ବର୍ଷରୁ କମ । ଏମାନେ ଘରେ ଏକାଠି ଖେଳୁଥିବା ସମୟରେ ନିକଟରେ ଥିବା ଏକ ଫ୍ୟାନଟି କୌଣସି କାରଣରୁ ଚାର୍ଜ ହୋଇଯାଇଥିଲ । ଫଳରେ ୪ ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସୂଚନା ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ସଦସ୍ୟଙ୍କୁ ଶାନ୍ତ୍ୱନା ଦେବା ସହ ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ଘଟଣାଟି ଆଜି(୧୯ ତାରିଖ)ର । ଲାଲମାନ ଖେଡା ଗାଁର ବିରେନ୍ଦ୍ର କୁମାରଙ୍କ ଘରେ ତାଙ୍କର ୪ ଶିଶୁ ଖେଳୁଥିଲେ । ଏହି ସମୟରେ ନକଟରେ ଥିବା ଫ୍ୟାନ କୌଣସି କାରଣରୁ ଚାର୍ଜ ହୋଇଯାଇଥିଲା । ୫ ବର୍ଷୀୟା ଶିଶୁକନ୍ୟା ମାନସୀ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା । ପରେ ତାକୁ ଛୁଇଁ ଅନ୍ୟ ତିନି ଭାଇ ଓ ଭଉଣୀ, ହିମାଙ୍କ (୬), ହିମାଂଶୀ (୮) ଓ ମୟଙ୍କ (୯) ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସମସ୍ତ ୪ ଭାଇ ଭଉଣୀଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା । ମସସ୍ତେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

କିଛି ସମୟ ପରେ ପରିବାର ସଦସ୍ୟ ସମସ୍ତଙ୍କୁ ଉଦ୍ଧାର କାରଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସମସ୍ତ ୪ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ବିରେନ୍ଦ୍ରଙ୍କ ଘରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ସମସ୍ତ ୪ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । କେଉଁ କାରଣରୁ ଫ୍ୟାନଟି ଚାର୍ଜ ହୋଇଗଲା ସେ ନେଇ ଜଣାପଡିନି । ସ୍ଥାନୀୟ ଏସଏଚଓଙ୍କ ସୂଚନା ଅନୁସାରେ, ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପରିବାର ୪ ଜଣ କୋମଳମତି ଶିଶୁଙ୍କ ଅକାଳ ମୃତ୍ୟୁ ହେବାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking