25.8 C
Bhubaneswar
Saturday, July 27, 2024
Homeଅପରାଧପ୍ରେମିକର ଉନ୍ମତ୍ତ କାଣ୍ଡ: ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ, ୩ ମୃତ

ପ୍ରେମିକର ଉନ୍ମତ୍ତ କାଣ୍ଡ: ପ୍ରେମିକାର ପରିବାର ଉପରେ ଆଖିବୁଜା ଗୁଳିମାଡ, ୩ ମୃତ

ପାଟନା: ବିହାରର ଲଖିସରାୟରେ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମରେ ବିଫଳ ହୋଇ ପ୍ରେମିକାର ପରିବାର ଲୋକଙ୍କୁ ଗୁଳି କରି ହତ୍ୟା । ଛଟ ପୂଜା କରି ଫେରିବା ସମୟରେ ଗୋଟିଏ ପଞ୍ଜାବୀ ପରିବାରର ୪ରୁ ୫ଜଣଙ୍କୁ ଅତି ନିର୍ମମ ଭାବେ ଗୁଳି କରି କରାଯାଇଛି । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତେବେ ବିବାହ କରିବାରୁ ବିଫଳ ହେବା ପରେ ପ୍ରେମିକ ଜଣକ ଏହି ଗୁଳିକାଣ୍ଡ ଘଟାଇଥିବା ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଅନୁଯାୟୀ, ବିହାରର ଲଖିସରାୟ ଅଞ୍ଚଳରେ ସକାଳ ସମୟରେ ଆଖିବୁଜା ଗୁଳିମାଡ଼ । ବିବାହ କରିବାକୁ ଚାହୁଁଥିବା ବେଳେେ ବିଫଳ ହେବାରୁ ପିଶାଚ ପ୍ରେମିକ ଜଣକ ପ୍ରେମିକାର ପୁରା ପରିବାରକୁ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଛଟ ପୂଜା ସାରି ପୁରା ପରିବାର ଘରକୁ ଫେରୁଥିବା ବେଳେ ଅତର୍କିତ ଗୁଳିଚଳାଇ ଥିଲା ପ୍ରେମିକ ଜଣକ । ପରିବାରର ୪-୫ ଜଣଙ୍କ ଦେହରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ପାଟନା ସ୍ଥିତ ପିଏମସିଏଚକୁ ରେଫର କରାଯାଇଛି । ତେବେ ସଦ୍ୟ ସୂଚନା ମୁତାବକ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।

ଅଭିଯୁକ୍ତର ପ୍ରେମିକାର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, “ଆମେ ଛଟ ପୂଜା ସାରି ଘାଟରୁ ଘରକୁ ଫେରୁଥିଲୁ । ସେତେବେଳେ ପଡ଼ୋଶୀ ଆଶୀଷ ଚୌଧୁରୀ ପଛପଟୁ ଆସି ଗୁଳି ମାରିଥିଲା । ମୋ ନଣନ୍ଦ, ଶ୍ୱଶୂର, ସାନ ଯାଆ ଓ ବଡ ଯାଆଙ୍କ ଉପରେ ଗୁଳି ଚଳାଇଥିଲେ । ମୋ ନଣନ୍ଦ ସେହି ଯୁବକଙ୍କ ସହ ପୂର୍ବରୁ କଥା ହେଉଥିଲେ । ତେବେ ଅଭିଯୁକ୍ତ ଜଣକ ବିବାହ କରିବାକୁ ଚାହୁଁଥିଲା ହେଲେ ମୋ ନଣନ୍ଦ ମନା କରିଦେଇଥିଲେ । ଯେଉଁଥିପାଇଁ ସମସ୍ତଙ୍କ ଉପରେ ଗୁଳି ଚଳାଇଥିଲା ।” ପୋଲିସ ସୂଚନା ମୁତାବକ,”ଲଖିସରାୟ ଅଞ୍ଚଳର ଆଶୀଷ ଚୌଧୁରୀ ନାମକ ଜଣେ ଯୁବକ ପଡ଼ୋଶୀ ଘରର ଜଣେ ଯୁବତୀକୁ ପ୍ରେମ କରୁଥିଲା । ହେଲେ ବିବାହ ପାଇଁ ଯୁବତୀଙ୍କ ଘର ଲୋକ ରାଜି ହୋଇନଥିଲେ । ଯେଉଁଥିପାଇଁ ସେ ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଛି ।” ତେବେ ପବିତ୍ର ଛଟପୂଜା ପାଇଁ ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଏଭଳି ଏକ ହତ୍ୟାକାଣ୍ଡ ଭୟର ବାତାବରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking