32.1 C
Bhubaneswar
Thursday, May 2, 2024
Homeଓଡିଶାବନ୍ଧରେ ବୁଡି ଜଣେ ମୃତ

ବନ୍ଧରେ ବୁଡି ଜଣେ ମୃତ

 ଭୁବନେଶ୍ୱର : ଆଜି ଗାଧୋଇବାକୁ ଯାଇ କାନ୍ତେଶ୍ବର ନାୟକ (୫୨) ବନ୍ଧରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ବତିଙ୍ଗିଆ ଗ୍ରାମର କାନ୍ତେଶ୍ବର ନାୟକ ସକାଳ ପ୍ରାୟ ୮ ଟା ସମୟରେ ଗ୍ରାମରେ ଥିବା ଏକ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ବନ୍ଧରେ ବୁଡି ଯାଇଥିଲେ।

ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଜି.ଉଦୟଗିରି ଅଗ୍ନିଶମ କାର୍ୟ୍ୟାଳୟକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବନ୍ଧରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ବନ୍ଧ ଭିତରେ ଦୀର୍ଘ ସମୟ ଖୋଜିବା ପରେ କାନ୍ତେଶ୍ବରଙ୍କ ମୃତଦେହ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking