33.1 C
Bhubaneswar
Sunday, April 28, 2024
Homeଅପରାଧ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ରାକ୍ଷାସ ପାଲଟିଲା ଯୁବକ । ୫ ବର୍ଷୀୟା ନିରୀହ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ନଦୀ କୂଳରେ ଫିଙ୍ଗିଦେଲା । ଲକ୍ଷ୍ନୌର ଚିନହଟ ଅଞ୍ଚଳରେ ଏଭଳି ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଛି । ମଙ୍ଗଳବାର ଦିନ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ରାମରେ ରହୁଥିବା ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଉକ୍ତ ଦୁର୍ବୃତ୍ତକୁ ମାଡ ମାରିବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଲକ୍ଷ୍ନୌ ପୋଲିସ କମିଶନରେଟ ଡିସିପି ଇଷ୍ଟ ପ୍ରବଲ ପ୍ରତାପ କହିଛନ୍ତି, ମଙ୍ଗଳବାର ଚିନହଟର ଏକ ଗ୍ରାମରେ ଜଣେ ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ମିଳିବା ପରେ ଏହି ଆଧାରରେ ଆମେ ଯାଞ୍ଚ ଆରମ୍ଭ କରିଥିଲୁ । ୧୯ ବର୍ଷୀୟ ଯୁବକ ଅମରଜିତ ପାଞ୍ଚ ବର୍ଷର ନାବାଳିକାକୁ ଉଠାଇ ନେଇ ନଦୀକୂଳକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ କରିବା ପରେ ଶିଶୁର ଗଳା ଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନଦୀ କୂଳରେ ଫିଙ୍ଗି ଦେଇ ଚାଲି ଆସିଥିଲା । ସୂଚନା ଅନୁସାରେ, ପରିବାର ଲୋକେ ଝିଅଟିର ଖବର ନପାଇବାରୁ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ନାବାଳିକାକୁ ଅମରଜିତ ସହିତ ଦେଖିଥିବା ନେଇ ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଅମରଜିତକୁ ଦେଖିଥିଲେ । ନିର୍ଦ୍ଧୁମ ଛେଚିବା ପରେ ଅଭିଯୁକ୍ତ ଯୁବକ ସତ ସ୍ୱୀକାର କରିଥିଲା । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ନଦୀରେ ଫିଙ୍ଗି ଦେଇଥିବା ନେଇ କହିବା ପରେ ନଦୀ ପଠାରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅମରଜିତକୁ ଗିରଫ କରିଥିଲା । ପୋଲିସ ନାବାଳିକାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking