18.1 C
Bhubaneswar
Thursday, January 23, 2025
Homeଓଡିଶାଆରମ୍ଭ ହେବ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ

ଆରମ୍ଭ ହେବ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର: ଏଣିକି ପଢ଼ାହେବ ୪ ବର୍ଷିଆ ସ୍ନାତକ(ୟୁଜି) ପାଠ୍ୟକ୍ରମ । ଯାହାର ରୂପରେଖକୁ ଆସନ୍ତା ସପ୍ତାହରେ ଉନ୍ମୋଚନ କରିବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କର୍ତ୍ତୃପକ୍ଷ । ଆଗାମୀ ଦିନରେ ୟୁଜିର ଏହି ଚାରିବର୍ଷର ସ୍ନାତକ ପାଠ୍ୟକ୍ରମ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ । ଏହି ପାଠ୍ୟକ୍ରମରେ ନାମ ଲେଖା ଆସନ୍ତା ଶିକ୍ଷାବର୍ଷ (୨୦୨୩-୨୪)ରୁ କାର୍ଯ୍ୟକାରୀ ହେବ । ପ୍ରଥମେ ଦେଶର ସମସ୍ତ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅଧିକାଂଶ ରାଜ୍ୟ ତଥା ବେସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟକାରୀ ହେବ । ଏହା ବ୍ୟତୀତ ଅନେକ ଡିମଡ୍ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ୪ ବର୍ଷିଆ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସମ୍ମତି ଦେଇଛନ୍ତି । ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ ନୂତନ ଛାତ୍ରମାନେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ଚୟନ କରିବାର ବିକଳ୍ପ ପାଇବେ । ପୁରାତନ ଛାତ୍ରମାନେ ମଧ୍ୟ ଚାହିଁଲେ ଏଥିରେ ପଞ୍ଜିକରଣ କରିପାରିବେ ।

ଯେଉଁ ଛାତ୍ରମାନେ ଚଳିତ ବର୍ଷ ତିନି ବର୍ଷର ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି, ସେମାନେ ପରବର୍ତ୍ତୀ ଶିକ୍ଷାବର୍ଷରୁ ଚାରି ବର୍ଷର ଡିଗ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇପାରିବେ ବୋଲି ୟୁଜିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମସ୍ତ ଛାତ୍ରଙ୍କ ପାଇଁ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ଯୋଗାଇ ଦିଆଯିବ, କିନ୍ତୁ ଛାତ୍ରମାନେ ଏହାକୁ ବାଛିବାକୁ ବାଧ୍ୟ ହେବେ ନାହିଁ । ଯଦି ଜଣେ ଛାତ୍ର ଚାହାଁନ୍ତି, ସେ ତିନି ବର୍ଷର ସ୍ନାତକ ପାଠ୍ୟକ୍ରମ ଜାରି ରଖିପାରିବେ । ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ପରେ, ଦୁଇ ବର୍ଷର ସ୍ନାତକୋତ୍ତର (ପିଜି) କରୁଥିବା ଛାତ୍ରଛାତ୍ରୀ ଏବଂ ଏମ୍‌ଫିଲ୍ ଓ ପିଏଚ୍‌ଡିରେ ଆଡମିଶନ ପାଇଁ ୫୫ ପ୍ରତିଶତ ମାର୍କ ହାସଲ କରିବା ବାଧ୍ୟତାମୂଳକ । ନୂଆ ଶିକ୍ଷା ନୀତି ଅନୁଯାୟୀ କରାଯାଇଥିବା ପରିବର୍ତ୍ତନ ଯୋଗୁଁ ଏହା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking